ମୁମ୍ବାଇ: ଫିଲ୍ମି ଫ୍ରାଇଡେରେ ଆଜି ଦୁଇ ଦୁଇଟି ସିନେମା ପରଦାକୁ ଆସିଯାଇଛି । ଟାଇଗର୍ ସରାଫଙ୍କ ‘ବାଗୀ-୪’ ସହିତ ବିବେକ ଅଗ୍ନିହୋତ୍ରୀଙ୍କ 'ଦ ବେଙ୍ଗଲ ଫାଇଲ୍ସ' ମୁକ୍ତିଲାଭ କରିଛି । ଦୁଇ ଦୁଇଟି ସିନେମାକୁ ନେଇ ଦର୍ଶକଙ୍କ ମନରେ ବେଶ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳିଛି ।
ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ 'ଦ ବେଙ୍ଗଲ ଫାଇଲ୍ସ' ବିବାଦକୁ ଆସିଛି । ଅଭିଷେକ ଅଗ୍ରୱାଲ ଏବଂ ପଲ୍ଲବୀ ଯୋଶୀ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି । ଏହି ଫିଲ୍ମରେ ଦିଗ୍ଗଜ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ, ପଲ୍ଲବୀ ଯୋଶୀ, ଅନୁପମ ଖେର ଏବଂ ଦର୍ଶନ କୁମାରଙ୍କୁ ଦେଖିବାକୁ ମିଳିଛି । ଦେଶର ସ୍ୱାଧୀନତାର ପୂର୍ବରୁ ଏବଂ ପରେ ବଙ୍ଗର ରୂପ କିପରି ଥିଲା ଏବଂ ଦଙ୍ଗା ଯୋଗୁଁ କିଭଳି ପରିବର୍ତ୍ତନ ହୋଇଛି ସିନେମାର କାହାଣୀ ରହିଛି । ସିନେମାର କାହାଣୀ ଉପରେ ପଶ୍ଚିମବଙ୍ଗ ସରକାର ଆପତ୍ତି ଉଠାଇଛନ୍ତି । ଏହି ଫିଲ୍ମକୁ ପଶ୍ଚିମବଙ୍ଗରେ ବିରୋଧ କରାଯାଉଛି । ସିନେମାକୁ ପଶ୍ଚିମବଙ୍ଗ ସରକାର ରିଲିଜ୍ କରିବାକୁ ଅନୁମତି ଦେଉ ନାହାଁନ୍ତି ।
ତେବେ ପୂର୍ବରୁ ମଧ୍ୟ ବିବେକଙ୍କ "ଦ କାଶ୍ମୀର ଫାଇଲ୍ସ" ଏବଂ "ଦି ତାସକେଣ୍ଟ ଫାଇଲ୍ସ"କୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।
ସେପଟେ ବାଗୀ-୪ର ମଧ୍ୟ ମୁକ୍ତିଲାଭ କରିଛନ୍ତି । ଯେଉଁଥିରେ ଆକ୍ସନ୍ସ ଏବଂ ଫାଇଟ୍ ସିନ୍ ଭରି ଭରି ରହିଛି । ଏଥିରେ ମୁଖ୍ୟ ଭୂମିକାରେ ଟାଇଗର ସରାଫ ରହିଥିବାବେଳେ ସଞ୍ଜୟ ଦତ୍ତଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ । ବାଗୀର ତିନୋଟି ସିନେମା ପରେ ଏହା ଚତୁର୍ଥ ସିନେମା ଅଟେ ।