ବର୍ଷାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଅନୁଭବ, ଜାଲ କାଗଜପତ୍ର ଦେଇ କରିଛନ୍ତି ପାସ୍‌ପୋର୍ଟ
Khabar Odisha:anubhav-issue-fake-pass-port-matter
କଟକ, ଡିସେମ୍ବର୨୮(ଖବର ଓଡିଶା):

କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ବର୍ଷା ଜାଲ୍ କାଗଜପତ୍ର ଦେଇ ଭାରତୀୟ ପାସପୋର୍ଟ ହାତେଇଥିବା ଅନୁଭବ କହିଛନ୍ତି । ଏହି ଘଟଣାଟି ଦେଶର ସୁରକ୍ଷା ସହିତ ଜଡିତ ଥିବାରୁ ସଂସଦକୁ ଅବଗତ କରିଛନ୍ତି ବୋଲି ଅନୁଭବ କହିଛନ୍ତି । ମାତ୍ର ଏନେଇ ବର୍ଷାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

ବର୍ଷା-ଅନୁଭବ ବିବାହ ବିବାଦ ମାମଲାରେ ଅନୁଭବ ପରିବାର କୋର୍ଟକୁ ଆସିଥିଲେ । କୋର୍ଟ କାମ ଶେଷ କରିବା ପରେ ସେ ପତ୍ନୀ ବର୍ଷାଙ୍କୁ ନେଇ ପ୍ରତିକ୍ରିୟା ଦେଇଥିଲେ । ବର୍ଷା ଦେଇଥିବା ମାଟ୍ରିକ ଓ ଯୁକ୍ତ ଦୁଇ ପାସ୍ ପ୍ରମାଣପତ୍ର ଜାଲ ବୋଲି ଅନୁଭବ ଅଭିଯୋଗ କରିଛନ୍ତି । ଜଣେ ଲୋକପ୍ରିୟ ଅଭିନେତ୍ରୀ ଏଭଳି ଜାଲ୍ କାଗଜପତ୍ର ଦେଇ ଦେଶର ସୁରକ୍ଷା ସହିତ ସାଲିସ କରି ପାସପୋର୍ଟ କରିବା ଗୁରୁତର ଅଭିଯୋଗ କରିଛନ୍ତି ଅନୁଭବ । 

ଏନେଇ ଶୀତକାଳୀନ ସଂସଦ ଅଧିବେଶନରେ ସଂସଦକୁ ଅନୁଭବ ଅବଗତ କରିଛନ୍ତି । ଏହାର ତଦନ୍ତ କରି ପାସପୋର୍ଟ ରଦ୍ଦ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁଭବ ସଂସଦକୁ ଅନୁରୋଧ କରିଛନ୍ତି । ତେବେ ଏହି ଘଟଣାରେ ବର୍ଷା ନିଜର ସ୍ପଷ୍ଟୀକରଣ ରଖିବା ଦରକାର ବୋଲି ଅନୁଭବ ଦାବି କରିଛନ୍ତି ।

  • Tags:

Subscribe

National International State Sports Entertainment