ଜନ୍ମଦିନରେ ନିଜ ଫିଲ୍ମ ‘ପୃଥ୍ୱୀରାଜ’ର ଟିଜର୍‌ ରିଲିଜ୍‌ କଲେ ଅକ୍ଷୟ କୁମାର
Khabar Odisha:akshay-kumar-releases-prithviraj-teaser-on-the-occasion-of-his-52th-birthday
ମୁମ୍ବାଇ, ସେପ୍ଟେମ୍ବର ୯ (ଖବର ଓଡ଼ିଶା):

ବଲିଉଡ଼୍‌ ଆକ୍ସନ୍‌ ହିରୋ ଅକ୍ଷୟ କୁମାର ଆଜି ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଖାସ୍‌ ଦିନରେ ସେ ତାଙ୍କର ଆଗାମୀ ଫିଲ୍ମ ‘ପୃଥ୍ୱୀରାଜ’ର ଟିଜର୍‌ ରିଲିଜ୍‌ କରିଛନ୍ତି । ସେ ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ଟିଜର୍‌ ଭିଡ଼ିଓ ପୋଷ୍ଟ କରିଛନ୍ତି ।

ସେ ଟିଜର୍‌ ପୋଷ୍ଟ କରି ଲେଖିଛନ୍ତି, ‘‘ନିଜ ଜନ୍ମଦିନରେ ନିଜର ପ୍ରଥମ ପରିୟ’ ଡ୍ରାମା ଫିଲ୍ମ ବାବଦରେ କହିବାକୁ ବହୁତ ଉତ୍ସାହିତ ଅଛି । ଏଥିରେ ନାୟକ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ମିଳିଥିବାରୁ ଏହାର ମୋର ସୌଭାଗ୍ୟ ଅଟେ ।

ଫିଲ୍ମ ‘ପୃଥ୍ୱୀରାଜ’ର ନିର୍ଦ୍ଦେଶନା ଦେଇଛନ୍ତି ଡାକ୍ତର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ । ଫିଲ୍ମ ଆସନ୍ତା ବର୍ଷ ଦୀପାବଳୀରେ ପରଦାକୁ ଆସିବ । ତେବେ ଫିଲ୍ମରେ ଅକ୍ଷମ କୁମାର ଲୁକ୍‌ ଟିଜର୍‌ରେ ଦେଖିବାକୁ ମିଳି ନାହିଁ । ତାହାକୁ ଏବେବି ସସ୍‌ପେନ୍ସରେ ରଖାଯାଇଛି । 

  • Tags:

Subscribe

National International State Sports Entertainment