ଦୁନିଆର ୪ ନମ୍ବର ଧନୀ ହିରୋ ଅକ୍ଷୟ କୁମାର, ଗୋଟିଏ ବର୍ଷରେ କମାଇଛନ୍ତି ୪୬୫ କୋଟି
Khabar Odisha:akshay-kumar-highest-paid-actor-in-bollywood-and-fourth-in-international
ମୁମ୍ବାଇ, ଅଗଷ୍ଟ ୨୨ (ଖବର ଓଡ଼ିଶା):

ଅକ୍ଷୟ କୁମାର ବଲିଓଡ଼୍‌ କେବଳ ବଲିଉଡ଼୍‌ ନୁହେଁ ଏବେ ହଲିଉଡ଼୍‌ର ହିରୋ ଓ ହିରୋଇନମାନଙ୍କୁ ପଛରେ ପକାଇ ଦେଇଛନ୍ତି । ଅକ୍ଷୟ ଫୋବର୍ସ ଦ୍ୱାରା ପ୍ରକାଶ ପାଇଥିବା ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ତାଲିକାର ୪ ନମ୍ବରରେ ରହିଛି । ଏଥିରେ ଅନ୍ୟ କୌଣସି ବଲିଉଡ଼୍‌ ଅଭିନେତାଙ୍କର ନାମ ନାହିଁ ।

୨୦୧୮ ଜୁନ୍‌ ପହିଲାରୁ ୨୦୧୯ ଜୁନ ପହିଲା ଯାଏଁ ଅକ୍ଷୟଙ୍କ ରୋଜଗାର ୬୫ ମିଲିୟନ୍‌ ଡଲାର ରହିଛି । ଅର୍ଥାତ ୪୬୫ କୋଟି ରହିଛି । ଏହି ତାଲିକାରେ ହଲିଉଡ଼୍‌ ଷ୍ଟାର୍‌ ଜ୍ୟାକି ଚୈନ, ଏଡମ୍‌ ସୈଣ୍ଡଲର୍‌, କ୍ରିସ୍‌ ଇବାଂସ, ପଲ୍‌ ଋଡ଼୍‌ଙ୍କ ନାଁ ସାମିଲ ରହିଛି । ଗତ ବର୍ଷ ଏହି ତାଲିକରେ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ନାଁ ମଧ୍ୟ ରହିଥିଲା । ଯେଉଁଥିରେ ଅକ୍ଷୟ କୁମାର ୭ ନମ୍ବର ଓ ସଲମାନ ୯ ନମ୍ବରରେ ଥିଲେ ।

ଅକ୍ଷୟ ନିଜ ରୋଜଗାର କିଛି ଅଂଶ ଦାନ କରି ଦିଅନ୍ତି । କିଛି ଦିନ ତଳେ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ଓ କାଜୀରଙ୍ଗା ଜାତୀୟ ଉଦ୍ୟାନ ପାଇଁ ୧-୧ କୋଟି ଟଙ୍କା ଦାନ କରିଥିଲେ । ଏହା ସହିତ ଏକ ସ୍ୱତନ୍ତ୍ର ଆପ୍‌ ମାଧ୍ୟମରେ ଶହୀଦଙ୍କ ପରିବାରଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଅନ୍ତି । ସେ କୁହନ୍ତି ଯେ ଭଗବନା ମୋତେ ଅଧିକ ଦେଇଥିବାରୁ ମୁଁ କିଛି ନ ଭାବି ଦାନ କରେ । 

  • Tags:

Subscribe

National International State Sports Entertainment