ଜୁନିଅର ଏନଟିଆର‘ଓ୍ବାର-୨’ ସହିତ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ ଯାଉଛନ୍ତି । ତେବେ ଏହା ପୂର୍ବରୁ ତାଙ୍କ ମୁଭି ଆରଆରଆର ମଧ୍ୟ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଥିଲା, କିନ୍ତୁ ଏହା ପ୍ରଥମେ ତେଲୁଗୁ ଭାଷାରେ ନିର୍ମିତ ହୋଇଥିଲା। ତେବେ ଏହା ପୂର୍ବରୁ ତାଙ୍କ ମୁଭି ଆରଆରଆର ମଧ୍ୟ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଥିଲା, କିନ୍ତୁ ଏହା ପ୍ରଥମେ ତେଲୁଗୁ ଭାଷାରେ ନିର୍ମିତ ହୋଇଥିଲା। ଏହି ଫିଲ୍ମରେ ଜୁନିଅର ଏନଟିଆର ହ୍ରିତିକଙ୍କ ଅପୋଜିଟ ରେ ଦେଖାଯିବେ । ଯିଏକି କବୀର ଆକା ହ୍ରିତିକ ରୋଶନଙ୍କ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ।
୨୦୧୯ ରେ ରିଲିଜ ହୋଇଥିବା ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ଓ୍ବାର’ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଏହାର ପ୍ରଥମ ଭାଗରେ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଯୋଡ଼ିକୁ ଦର୍ଶକମାନେ ବେଶ ପସନ୍ଦ କରିଥିବା ବେଳେ ଏହାର ଦ୍ଵିତୀୟ ଭାଗରେ ହ୍ରିତିକ ରୋଶନଙ୍କ ସହ ଜୁନିଅର ଏନଟିଆର ନଜର ଆସିବେ । ବର୍ତ୍ତମାନ ୟଶ ରାଜ ବ୍ୟାନରରେ ନିର୍ମିତ ଅନ୍ୟ ସ୍ପାଇ ୟୁନିଭର୍ସ ମୁଭି ‘ଓ୍ବାର-୨’ର ରିଲିଜକୁ ନେଇ ଏକ ଅପଡେଟ ଆସିଛି। ଫିଲ୍ମ କ୍ରିଟିକ ମନୋବାଲା ବିଜୟ ବାଲାନ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏହି ସୂଚନା ସେୟାର କରି କହିଛନ୍ତି ଯେ ନିର୍ମାତାମାନେ ଜାନୁଆରୀ ୨୪,୨୦୨୫ରେ ‘ଓ୍ବାର-୨’ ରିଲିଜ କରିବାକୁ ଯୋଜନା କରୁଛନ୍ତି। ତେବେ ‘ଓ୍ବାର ୨’ର ରିଲିଜ ଡେଟରେ ନିର୍ମାତାମାନେ କୌଣସି ନିଶ୍ଚିତତା ପ୍ରଦାନ କରିନାହାଁନ୍ତି । ଏହାପରେ ପୁଣି ଥରେ ନିଜ ପ୍ରିୟ ଅଭିନେତାଙ୍କୁ ପରଦାରେ ଦେଖିବା ପାଇଁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।