ବିରାଟ କୋହଲିଙ୍କ ୯ ମାସର ଝିଅ ଭାମିକାଙ୍କୁ ରେପ୍ ର ଧମକ ଦେଇଥିବା ଯୁବକ ଗିରଫ
Khabar Odisha:Virat-Kohlis-6-month-old-daughter-Vamika-has-been-arrested-for-threatening-to-rape-her
ନୂଆଦିଲ୍ଲୀ,ନଭେମ୍ବର 10(ଖବର ଓଡ଼ିଶା):

ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ପରାଜିତ ହେବା ପରେ କ୍ୟାପଟେନ କୋହଲିଙ୍କ ୯ ମାସର ଝିଅ ଭାମିକାଙ୍କୁ ରେପ୍ ର ଧମକ ଦେଇଥିବା ଯୁବକକୁ ହାଇଦ୍ରାବାଦ୍ ରେ ଗିରଫ କରିଛି ମୁମ୍ବାଇର ସାଇବର କ୍ରାଇମ୍ ସେଲ୍ । ବର୍ତ୍ତମାନ ଅଭିଯୁକ୍ତକୁ ପୋଲିସ୍ ମୁମ୍ବାଇ ଆଣି ଆସୁଛି ।

ସୁଚନା ଅନୁସାରେ ଗତ କିଛି ଦିନ ତଳେ ପାକିସ୍ତାନ ଠାରୁ ପରାଜିତ ହେବା ପରେ ଟିମ୍ ଇଣ୍ଡିଆକୁ ଚାରିଆଡୁ ସମାଲୋଚନା କରାଯାଉଥିଲା । ଏପରିକି କ୍ୟାପଟେନ କୋହଲିଙ୍କ ୯ ମାସର ଝିଅ ଭାମିକାଙ୍କୁ ନେଇ ଧମକ ଦେବା ସହ ଅପଶବ୍ଦ ବ୍ୟବହାର କରାଯାଇଥିଲା ।

ଆଉ ଏହି ଘଟଣାକୁ ନେଇ ଏବେ ଦିଲ୍ଲୀ ମହିଳା କମିଶନ କାର୍ଯ୍ୟାନୁଷ୍ଠାନ ନେବାକୁ ଆଗକୁ ଆସିଥିଲା । ସୋସିଆଲ ମିଡ଼ିଆରେ ଧମକ ମିଳିବା ପରେ ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିଲା ଏବଂ ସେ ବାବଦରେ ତଥ୍ୟ ମାଗିଥିଲା ।

ଦିଲ୍ଲୀର ସାଇବର କ୍ରାଇମ ସେଲକୁ ପ୍ରଶ୍ନ କରିବା ସହ କୋହଲିଙ୍କ ଝିଅକୁ ମିଳିଥିବା ଧମକ ବାବଦରେ ସୂଚନା ମାଗିଥିଲା । ଏପ୍ରସଙ୍ଗରେ ତୁରନ୍ତ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ମରିଥିଲେ ମହିଳା କମିଶନର ମୁଖ୍ୟ ସ୍ୱାତୀ ମାଲିୱାଲ ।

  • Tags:

Subscribe

National International State Sports Entertainment