ଆତ୍ମହତ୍ୟା କଲେ ଟିକଟକ ଷ୍ଟାର ସିୟା କାକର
Khabar Odisha:Tiktok-star-Siya-Kakkar-commits-suicide
ନୂଆଦିଲ୍ଲୀ, ଜୁନ ୨୫ (ଖବର ଓଡିଶା);

 ଟିକ୍‌ଟକ ପ୍ରେମୀଙ୍କ ପାଇଁ ଦୁଃଖ ଖବର । ଆତ୍ମହତ୍ୟା କଲେ ୧୬ ବର୍ଷିୀୟା ଟିକ୍‌ଟକ ଷ୍ଟାର ସିୟା କାକର । ତେବେ ସିୟାଙ୍କ ମ୍ୟାନେଜର ଅର୍ଜୁନ ସାରିନଙ୍କ ମତ ଅନୁସାରେ ସିୟାଙ୍କ ମାନସିକ ସ୍ଥିତି ଭଲ ରହିଥିଲା ବୋଲି କହିଛନ୍ତି । ଏମିତିକି ଗତକାଲି ରାତିରେ ସେ ସିୟାଙ୍କ ସହ କଥା ହୋଇଥିଲେ ଏବଂ ସିୟାଙ୍କ ମନ ଭଲ ରହିଥିଲା ଏବଂ ସେ ବହୁତ ଖୁସି ଥିଲେ ବୋଲି ତାଙ୍କ ମ୍ୟାନେଜର ଅର୍ଜୁନ ମତ ଦେଇଛନ୍ତି ।


ତେବେ କଣ ପାଇଁ ସିୟା ଏପରି ଆତ୍ମହତ୍ୟା କଲେ ତାହା ଏବେ ସନ୍ଦେହ ଘେରରେ । କିଛିଦିନ ପୂର୍ବେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମଧ୍ୟ ତାଙ୍କ ମୁମ୍ବାଇ ସ୍ଥିତ ବାସ ଭବନରେ ଆତ୍ମହତ୍ୟା କରିଥିଲେ ଏବଂ ତାଙ୍କର ଆତ୍ମହତ୍ୟା ପଛର କାରଣ ଏବେବି ରହସ୍ୟ ଘେରରେ ।

  • Tags:

Subscribe

National International State Sports Entertainment