ବହୁ ପ୍ରତିକ୍ଷାର ଅନ୍ତ ପରେ ଆଜି ରିଲିଜ ହୋଇଛି ବଲିଉଡର ଭାଇଜାନ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'ଟାଇଗର-3' । ସବୁ ସିନେମା ହଲ୍ ରେ ଦେଖିବାକୁ ମିଳିଛି ଦର୍ଶକମାନଙ୍କର ଖଚାଖଚ ଭିଡ଼ । ଦର୍ଶକମାନଙ୍କର ଭିତରେ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖାବାର କ୍ରେଜ ମଧ୍ୟ ଦେଖା ଯାଇଛି । ଦିୱାଲୀ ଅବସରରେ ସଲମାନ ଦେଇଥିବା ଉପହାର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଯିଏ ଏହି ଫିଲ୍ମ ଦେଖୁଛି ସିଏ ଏହି ଫିଲ୍ମର ପ୍ରଶଂସା କରୁଛି । ଏଥିରେ ସଲମାନ ଏବଂ କାଟ୍ରିନାଙ୍କ ବ୍ୟତିତ ପ୍ରଥମଥର ପାଇଁ ଇମ୍ରାନ ହଶମୀଙ୍କୁ ମୁଖ୍ୟ ଭୂମିକାରେ ଦେଖା ଯାଇଛି ।
ଏହାସହ ଫିଲ୍ମରେ ଟ୍ଵିଷ୍ଟ ଦେବାପାଇଁ ଶାହରୁଖ ଖାନ ଏବଂ ହ୍ରିତିକ ରୋଶନଙ୍କ ଏକ ସ୍ୱତନ୍ତ୍ର କ୍ୟାମିଓ ଦେଖିବାକୁ ମିଳିଛି | ତେବେ ଦର୍ଶକମାନଙ୍କର ଅଟେ ଭଲପାଇବା ଦେଖି ଅନୁମାନ କରାଯାଉଛି ଯେ ପ୍ରଥମ ସପ୍ତାହରେ ଫିଲ୍ମଟି 200 କୋଟି ଟଙ୍କା ଆୟ କରିବାରେ ସଫଳ ହେବ । ତେବେ ଫିଲ୍ମଟି ଜୱାନର ରେକର୍ଡ ଭାଙ୍ଗି ପାରିବ କି ନାହିଁ ଏବଂ ବକ୍ସ ଅଫିସ୍ ରେ ଧମାଲ କରିପାରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।