ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହରେ ଯୋଗ ଦେବେ ୨୮ ଜଣ ଅତିଥି,ଜାଣନ୍ତୁ କେଉଁଠି ହେବ ମେହେନ୍ଦି ଓ ସଙ୍ଗୀତ୍ କାର୍ଯ୍ୟ ନୂଆଦିଲ୍ଲୀ ,ଏପ୍ରିଲ 11(ଖବର ଓଡ଼ିଶା) Share story: ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଖବର ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାର ବିଷୟ ପାଲଟିଛି। ଯଦିଓ ରଣବୀର କିମ୍ବା ଆଲିଆ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଖବର ଅନୁଯାୟୀ, ଉଭୟ ଏପ୍ରିଲ ୧୪-୧୭ ମଧ୍ୟରେ ବିବାହ କରିପାରିବେ। ଏହି ସମୟରେ, ଆର.କେ ଷ୍ଟୁଡିଓରେ ବେଶ ସଜାସଜି ଆରମ୍ଭ ହୋଇଯାଇଛି । ଆଲିଆ ଏବଂ ରଣବୀର ଏଠାରେ ବିବାହ କରିବେ। ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ପୁର୍ବର ରୀତିନିତୀ ମଧ୍ୟ ଖୁବ୍ ଧୁମ୍ଧାମରେ ହେବ ବୋଲି ସୁଚନା ମିଳିଛି । ଆର.କେ ଷ୍ଟୁଡିଓରେ ମେହେନ୍ଦି ଏବଂ ସଙ୍ଗିତ୍ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏପ୍ରିଲ ୧୩ରେ ପ୍ରଥମେ ମେହେନ୍ଦି ଓ ୧୪ରେ ସଙ୍ଗିତ୍ ହେବ । ସେହିଦିନ ସକାଳେ ହଳଦି କାର୍ଯ୍ୟ ମଧ୍ୟ ହେବ । ତେଣୁ ଯାହା ଆଶା କରାଯାଉଛି ୧୫ରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ତେଣୁ ସିକ୍ୟୁରିଟି ଫୋର୍ସ ମଧ୍ୟ କଡ଼ାକଡ଼ି କରାଯାଇଛି । ଅନ୍ୟ ପଟେ ଆଲିଆ ଭଟ୍ଟଙ୍କ ଭାଇ ରାହୁଲ କହିଛନ୍ତି ଏହି ବିବାହ ରେ ୨୮ଜଣ ଅତିଥି ହିଁ ଯୋଗ ଦେବେ ଯେଉଁ ମାନେ ଆମ ପରିବାରର ଅଟନ୍ତି । ଖବର ଓଡ଼ିଶା, Reporter, 11/04/2022