ନବରାତ୍ରରେ ୨୫ ତମ ଫିଲ୍ମର ଟାଇଟଲ୍ ଘୋଷଣା କଲେ ବାହୁବଳୀ ଷ୍ଟାର ପ୍ରଭାସ
Khabar Odisha:The-title-of-the-25th-film-was-announced-new-film-name
ନୂଆଦିଲ୍ଲୀ, ଅକ୍ଟୋବର ୭(ଖବର ଓଡିଶା):

ତେଲୁଗୁ ଷ୍ଟାର ପ୍ରଭାସ ନବରାତ୍ରୀର ପ୍ରଥମ ଦିନରେ ତାଙ୍କର ୨୫ ତମ ଫିଲ୍ମର ଟାଇଟଲ୍ ଘୋଷଣା କରିଛନ୍ତି । ଏହି ଫିଲ୍ମଟି ଅର୍ଜୁନ ରେଡ୍ଡୀ ଏବଂ କବୀର ସିଂ ଫେମ୍ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଡକ୍ସନ୍ ଟି ସିରିଜ୍ ଏବଂ ଭଦ୍ରକଲି ପିକ୍ଟର୍ସ ଦ୍ୱାରା ପରିଚାଳିତ ହେଉଛି । ଏହି ଫିଲ୍ମଟି ଏକ ବହୁଭାଷୀ ଫିଲ୍ମ ହେବ । ଯାହାର ନାମ ରଖାଯାଇଛି ‘ସ୍ପିରିଟ୍‌’ । 

ପ୍ରଭାସ ସୋସିଆଲ ମିଡିଆ ମାଧ୍ୟମରେ ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ବିଶେଷ କଥା ହେଲା ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ହିନ୍ଦୀ ତଥା ଅନ୍ତର୍ଜାତୀୟ ଭାଷା ଜାପାନୀ, ଟାଇନିଜ୍ ଏବଂ କୋରିଆରେ ସ୍ପିରିଟ ରିଲିଜ ହେବ । ଏହି ସମସ୍ତ ଭାଷା ଟାଇଟଲ ଘୋଷଣା ପୋଷ୍ଟରେ ଉଲ୍ଲେଖ କରାଯାଇଛି । 

ପ୍ରଭାସଙ୍କର ଏହା ହେଉଛି ୨୫ ତମ ଫିଲ୍ମ । ଏହାକୁ ପାଳନ କରିବା ପାଇଁ କୌଣସି ଭଲ ଉପାୟ ହୋଇପାରିବ ନାହିଁ ବୋଲି ପ୍ରଭାସ କହିଛନ୍ତି । ସେହିପରି ଏହାର କାହାଣୀ ଅତ୍ୟନ୍ତ ଆକର୍ଷଣୀୟ ଅଟେ । ଏହା ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ଫିଲ୍ମ ହେବ ବୋଲି ସେ କହିଛନ୍ତି ।

  • Tags:

Subscribe

National International State Sports Entertainment