କରୋନାରେ ପ୍ରାଣ ହରାଉଥିବା ଲୋକ ମାନଙ୍କ ଅନ୍ତିମ ସଂସ୍କାର ଖର୍ଚ୍ଚ ରାଜ୍ୟ ସରକାର ଉଠାଇବା ଉଚିତ୍ : ସୋନୁ ସୁଦ୍‌
Khabar Odisha:The-state-government-should-pay-for-the-funeral-of-those-who-lost-their-lives-in-Corona-Sonu-Soodh

ମୁମ୍ବାଇ, ମେ ୨ (ଖବର ଓଡ଼ିଶା): ଏବେ ପୁରା ଦେଶରେ କରୋନାର କହର ଜାରି ରହିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଷଳାକମାନଙ୍କ ଜୀବନ ନେଉଛି ଏହି ଭୟଙ୍କର ମହାମାରୀ । ଏହି ମହାମାରୀ ପ୍ରାୟ ସବୁ ବ୍ୟବସ୍ଥା ଉପରେ ନିଜର କୁପ୍ରଭାବ ପକାଇବା ଜାରି ରଖିଛି । ଏଭଳି ସଙ୍କଟ ସମୟରେ ଗରିବ ଓ ସାଧାରଣ ଷଳାକ ମାନଙ୍କୁ ସାହାର୍ଯ୍ୟ ସହୟତା କରିବା ପାଇଁ ଅନେକ ବ୍ୟକ୍ତିତ୍ୱ ନିଜ ନିଜ ସ୍ତରରେ ଚେଷ୍ଟା କରିଛନ୍ତି ।

 

ବଲିଉଡ୍ ର ଚର୍ଚ୍ଚିତ ଚେହେରା ସୋନୁ ସୁଦ୍ ଦୀର୍ଘ ଏକ ବର୍ଷ ହେଲା କରୋନା ଆକ୍ରାନ୍ତ ଏବଂ ମହାମାରୀ କାରଣରୁ ପ୍ରଭାବିତ ହେଉଥିବା ଲୋକମାନଙ୍କ ସହାୟତା କରି ଆସୁଛନ୍ତି । ଏଭଳି ଏକ କଠିନ ସମୟରେ କରୋନାରେ ପ୍ରାଣ ହରାଉଥିବା ଲୋକ ମାନଙ୍କ ପାଇଁ ସବୁ ରାଜ୍ୟ ସରକାରଙ୍କ ପାଖରେ ଆଉ ଏକ ଅପିଲ୍ କରିଛନ୍ତି ସୋନୁ । କରୋନାରେ ମୃତ୍ୟୁ ବରଣ କରୁôତବା ଲୋକ ମାନଙ୍କର ଅନ୍ତିମ ସଂସ୍କାର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ଉଚିତ୍ ବୋଲି ଏକ ଭିଡିଓ ମାଧ୍ୟମରେ କହିଛନ୍ତି ସୋନୁ ସୁଦ୍ ।

 

ଶନିବାର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସୋନୁ ଏକ ବ୍ୟକ୍ତିଙ୍କ କରୋନାର କରୁଣ କାହାଣୀ କହିବା ସହିତ ସମସ୍ତ ରାଜ୍ୟ ସରକାରଙ୍କୁ ଏଥି ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି କହିଛନ୍ତି । 

 

ବର୍ତମାନ କରୋନାର ସଂଘର୍ଷ ଏତେ କଠିନ ହୋଇଯାଇଛି ଯେ ମୃତ୍ୟୁ ପରେ ଶ୍ମଶାନରେ ପୋଡା ହେବା ପାଇଁ ଜାଗା ଖଣ୍ଡିଏ ପାଇଁ ବି ଲୋକଙ୍କୁ ସଂଘର୍ଷ କରିବାକୁ ପଡୁଛି । 

 

ତେବେ ସୋନୁ ସୁଦ୍ ଙ୍କ ଏଭଳି ଅପିଲ୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଆଉ ପ୍ରକୃତରେ ରାଜ୍ୟ ସରକାର ମାନେ ଏଥି ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି ଏବେ ସାଧାରଣ ମହଲରେ ଦାବି ଉଠିବା ଆରମ୍ଭ ହୋଇଛି ।

  • Tags:

Subscribe

National International State Sports Entertainment