ପୁଣି ଘୁଞ୍ଚିଲା ବହୁ ପ୍ରତିକ୍ଷିତ ଏସ୍ ରାଜାମୌଲିଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର 'ଆରଆରଆର'ର ରିଲିଜ ତାରିଖ ମୁମ୍ବାଇ, ଜାନୁଆରୀ ୦୨ (ଖବର ଓଡ଼ିଶା): Share story: ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର 'ଆରଆରଆର'ର ରିଲିଜକୁ ସ୍ଥଗିତ ରଖାଯାଇଛି। ଏହି ଚଳଚ୍ଚିତ୍ରଟି ଜାନୁଆରୀ ୭ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଫିଲ୍ମର ରିଲିଜକୁ ସ୍ଥଗିତ ରଖାଯାଇଛି। ତେବେ ନୂତନ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏହାପୂର୍ବରୁ ଫିଲ୍ମର ରିଲିଜ୍ ତାରିଖକୁ ଅନେକ ଥର ସ୍ଥଗିତ ରଖାଯାଇଛି। ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ ବ୍ୟତୀତ ଏହି ଫିଲ୍ମ ହିନ୍ଦୀରେ ମୁକ୍ତିଲାଭ କରିବ। ନିକଟରେ ବଢୁଥିବା କରୋନା ସଂକ୍ରମଣ ଦେଶରେ ତୃତୀୟ ଲହର ନେଇ ଆସିବା ଭୟରେ ଅନେକ ରାଜ୍ୟ ସରକାର ପ୍ରେକ୍ଷାଳୟ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ସେହିପରି ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗଡେଙ୍କ ଆଗାମୀ ଚଳଚ୍ଚିତ୍ର ରାଧେ ଶ୍ୟାମ୍ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରଟି ଜାନୁଆରୀ ୧୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହା ନିର୍ଦ୍ଧାରିତ ତାରିଖରେ ରିଲିଜ୍ ହେବା ନାଁ ଏଥିରେ ରୋକ ଲାଗିବ ସେ ନେଇ କୌନସି ସୂଚନା ମିଳିପାରି ନାହିଁ । ଖବର ଓଡ଼ିଶା, Reporter, 02/01/2022