ରାଜସ୍ଥାନର ଉଦୟପୁରରେ ସମ୍ପୂର୍ଣ୍ଣ ରୀତିନୀତି ସହ ଧୁମଧାମ ରେ ବିବାହ କରିଛନ୍ତି ପାରିଣିତି ଏବଂ ରାଘବ । ପ୍ରଶଂସକମାନେ ପରିଣୀତିଙ୍କୁ କନ୍ୟା ଏବଂ ରାଘବଙ୍କୁ ବର ବେଶରେ ଦେଖିବାକୁ ବହୁ ଦିନରୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଉଭୟଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏଥି ମଧ୍ୟରେ ଦୁହେଁ ଏବେ ଦିଲ୍ଲୀ ଅସିଜାଇଛନ୍ତି । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ପରିଣୀତି ତାଙ୍କ ସ୍ବାମୀ ରାଘବଙ୍କ ସହ ନଜର ଆସିଛନ୍ତି। ଅଭିନେତ୍ରୀ ତାଙ୍କ ମଥାରେ ସିନ୍ଦୁର , ହାତରେ ବିବାହର ଚୁଡ଼ି ସହିତ ବେକରେ ମଙ୍ଗଳସୁତ୍ର ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି।
ତେବେ ବିବାହ ପରେ ଦୁହିଁଙ୍କର ରିସେପଶନକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ନିକଟରେ ତାଙ୍କର ରିସେପଶନ କାର୍ଡ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ, ଏହି ଦମ୍ପତ୍ତି ତିନୋଟି ରିସେପ୍ସନ୍ ପାର୍ଟି ଦେବାକୁ ଯାଉଛନ୍ତି। ସେପ୍ଟେମ୍ବର ୩୦ରେ ଚଣ୍ଡିଗଡ଼ରେ ପାରିଣିତି ଏବଂ ରାଘବ ଚଢାଙ୍କ ରିସେପ୍ସନ ହେବାକୁ ଯାଉଛି।
ଗୋଟିଏ ଦିଲ୍ଲୀ, ଦ୍ୱିତୀୟଟି ମୁମ୍ବାଇ ଏବଂ ତୃତୀୟଟି ହେଉଛି ଚଣ୍ଡିଗଡ଼ରେ। ନିମନ୍ତ୍ରଣ କାର୍ଡରେ ରାଘବ ଏବଂ ପରିଣୀତିଙ୍କ ନାମ ଲେଖାଯାଇଛି। ତା’ପରେ ଉଭୟଙ୍କ ପିତାମାତାଙ୍କ ନାମ ଉଲ୍ଲେଖ କରାଯାଇଛି। ଶେଷରେ ଲୋକଙ୍କୁ ୩୦ ସେପ୍ଟେମ୍ବରରେ ହେବାକୁ ଥିବା ମଧ୍ୟାହ୍ନ ଭୋଜନକୁ ନିମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମ ତାଜ୍, ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବ। ଯେଉଁଥିରେ ଉଭୟ ପରିବାରର ଲୋକମାନେ ଅଂଶଗ୍ରହଣ କରିବେ। ଏହାକୁ ସମ୍ପର୍କୀୟମାନଙ୍କ ପାଇଁ ରଖାଯାଇଛି, ଯେଉଁଥିରେ କେବଳ ପରିବାର ସଦସ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଛି ।
ଅଧିକ ପଢ଼ନ୍ତୁ: ଭାଇରାଲ ହେବାରେ ଲାଗିଛି ରାଘବ-ପରିଙ୍କ ଫଟୋ