ରିଲିଜ ହେଲା ବହୁ ପ୍ରତୀକ୍ଷିତ ତାଣ୍ଡବ ୱେବ ସିରିଜ
Khabar Odisha:The-much-awaited-Tandab-web-series-has-been-released
ନୂଆଦିଲ୍ଲୀ, ଜାନୁଆରୀ ୧୫ (ଖବର ଓଡ଼ିଶା):

ବହୁ ପ୍ରତୀକ୍ଷିତ ୱେବ ସିରିଜ 'ତାଣ୍ଡବ' ଶୁକ୍ରବାର ରିଲିଜ ହୋଇଛି । ଏହି ସିରିଜରେ ବଲିଉଡ ଇଣ୍ଡଷ୍ଟ୍ରିର ବହୁ ବଡ଼ ବଡ଼ ଷ୍ଟାରଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ । ଏହି ୱେବ ସିରିଜ ଆମାଜନ ପ୍ରାଇମରେ ରିଲିଜ ହୋଇଛି । ପଲିଟିକାଲ ଡ୍ରାମାକୁ ନେଇ ନିର୍ମାଣ ହୋଇଥିବା ଏହି ସିରିଜ କରିଛନ୍ତି ନିର୍ଦ୍ଦେଶକ ଅଲି ଅବାସ ଜଫର । ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ । ସୌଫଙ୍କ ବ୍ୟତୀତ ଏହି ୱେବ ସିରିଜରେ ଡିମ୍ପଲ କପାଡ଼ିୟା, ତିଗ୍ମାଂଶୁ ଧୁଲିୟା, ସୁନିଲ ଗ୍ରୋଭରଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏମାନଙ୍କ ବ୍ୟତୀତ ଜିଶାନ ଅୟୁବ ଖାନ, କୁମୁଦ ମିଶ୍ରା, ଗୌହର ଖାନ, ଅନୁପ ସୋନି, ସାରା ଜେନ, ଡିନୋ ମୋରିୟା ଏବଂ ପରେଶ ପହୁଜାଙ୍କୁ ମଧ୍ୟ ସ୍କ୍ରିନରେ ଦେଖିବାକୁ ମିଳିଛି । ରାଜନୀତିର ଛକାପଞ୍ଝାରେ କିଏ ବାଜି ମାରିବ ଆଉ କିଏ ସାଜିବ ଖଳନାୟକ ତାହାକୁ ନେଇ ୱେବ ସିରିଜର କାହାଣୀ ଆଧାରିତ । ସିରିଜର ଟ୍ରେଲର ରିଲିଜ ହେବା ପରେ ଏହାକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିବା ସହ ଦର୍ଶକମାନେ ସୌଫଙ୍କ ଅଭିନୟକୁ ବହୁ ପସନ୍ଦ କରିଛନ୍ତି । ତେଣୁ ସିରିଜକୁ ବି ଦର୍ଶକଙ୍କ ଭଲ ପାଇବା ମିଳିବ ବୋଲି ଆଶା କରାଯାଉଛି ।

  • Tags:

Subscribe

National International State Sports Entertainment