ଆଜି ମୁକ୍ତିଲାଭ କରିଛି ଫିଲ୍ମ ‘ଗୁଡ୍‌ବାୟ’, ବଲିଉଡ୍‌ରେ ଏଣ୍ଟ୍ରି କଲେ ‘ପୁଷ୍ପା’ ନାୟିକା ରଶ୍ମିକା ମନ୍ଦନା
Khabar Odisha:The-film-Goodbye-released-today-Puspa-heroine-Rashmika-Dunnana-made-her-debut-in-Bollywood
ମୁମ୍ଵାଇ,ସେପ୍ଟେମ୍ବର ୭(ଖବର ଓଡିଶା):

ଆଜି ମୁକ୍ତିଲାଭ କଲା ଫିଲ୍ମ ‘ଗୁଡ୍‌ବାୟ’ । ଏହା ପିଲ୍ମ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଛନ୍ତି ‘ପୁଷ୍ପା’ ନାୟିକା ରଶ୍ମିକା ମନ୍ଦନା । ଗୁରୁବାର ମୁମ୍ବାଇଠାରେ ଫିଲ୍ମର ଟ୍ରେଲର୍‌ ଲଞ୍ଚ୍‌ କରିଥିଲେ । ଏ ଅବସରରେ ଫିଲ୍ମର ପ୍ରମୁଖ କଳାକାର ଅମିତାଭ ବଚ୍ଚନ, ନୀନା ଗୁପ୍ତା, ସୁନୀଲ ଗ୍ରୋଭର ଓ ଅନ୍ୟମାନେ ଉପସ୍ଥିତ ଥିଲେ । 

ତେବେ ‘ଗୁଡ୍‌ବାୟ’ର ଟ୍ରେଲର୍‌ ଲଞ୍ଚ୍‌ ସମୟରେ ଅଲ୍ଲୁ ଅର୍ଜୁନ ଓ ତାଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ ପାଇଁ ମିଳୁଥିବା ଭଲପାଇବା ବିଷୟରେ ରଶ୍ମିକା କହିଥିଲେ ଯେ ଦେଶବାସୀ ତାଙ୍କୁ ଢେର ଭଲପାଇବା ଦେଉଛନ୍ତି ।

‘ଗୁଡ୍‌ବାୟ’ରେ ଅମିତାଭ ବଚ୍ଚନଙ୍କ ସହ କାମ କରିବା ଓ ‘ପୁଷ୍ପା’ରେ ଅଲ୍ଲୁ ଅର୍ଜୁନଙ୍କ ସହ ସ୍କ୍ରିନ୍‌ ଶେୟାର କରିବା ବିଷୟରେ ରଶ୍ମିକା କହିଛନ୍ତି ‘ମୁଁ ଏବେ ସ୍ୱପ୍ନରେ ବଞ୍ଚୁଛି । ଆଉ ମାତ୍ର ଦୁଇ ଦିନ ମଧ୍ୟରେ ଅଲ୍ଲୁ ଅର୍ଜୁନଙ୍କ ସହ ‘ପୁଷ୍ପା-୨’ର ସୁଟିଂ ଆରମ୍ଭ କରିବି । କିନ୍ତୁ ଏବେ ଅମିତାଭ ବଚ୍ଚନଙ୍କ ସହିତ ଦର୍ଶକଙ୍କ ଆଗରେ ନିଜର ପ୍ରଥମ ବଲିଉଡ୍‌ ଫିଲ୍ମର ଟ୍ରେଲର୍‌ ଲଞ୍ଚ୍‌ କରୁଛି । 

  • Tags:

Subscribe

National International State Sports Entertainment