ନୂଆଦିଲ୍ଲୀ , ମେ 2(ଖେବର ଓଡିଶା):
ଅଧିକାଂଶ ବିବାହ ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆରେ ଦେଖାଯାଏ ଏବଂ ଅନେକ ପରିମାଣରେ ସେୟାର ମଧ୍ୟ କରାଯାଏ । ସେମାନଙ୍କ ମଧ୍ୟରୁ କେତେକ ଅତ୍ୟନ୍ତ ମଜାଳିଆ, କେତେକ ହୃଦୟକୁ ସ୍ପର୍ଶ କରିଥାଏ ।
ତେବେ ବର୍ତ୍ତମାନ ଏକ ସମାନ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯାହା ଆପଣ ଖୁବ୍ କମ୍ ଦେଖିଥିବେ । ଭିଡିଓରେ ବର ବିଦାୟ ସମୟରେ କାନ୍ଦୁଥିବା ଦେଖିବାକୁ ମିଳିଛି ।
ବରର କାନ୍ଦୁଥିବା ଦେଖି ବରଯାତ୍ରୀମାନେ ମଧ୍ୟ ଏକ ମିନିଟ୍ ପାଇଁ ଚକିତ ହୋଇଗଲେ ଏବଂ ସମସ୍ତେ ଏହାକୁ ଦେଖି ହସିବାକୁ ଲାଗିଲେ । ଭାଇରାଲ ହେଉଥିବା ଭିଡିଓ ଏକ ବିବାହ ସମାରୋହର ରୀତିନୀତି ସହିତ ଜଡିତ ।
ଭିଡିଓରେ ବର କନ୍ୟାକୁ ଧରି ନିଜ ଘରୁ ଯାଉଥିବା ନଜର ଆସିଛି । ସାଧାରଣତଃ ଆପଣ ବିଦାୟ ସମୟରେ କନ୍ୟା ଏବଂ ତାଙ୍କ ପରିବାର ଳୋକେ କାନ୍ଦୁଥିବା ଦେଖିଥିବେ, କିନ୍ତୁ ଏହି ଭିଡିଓରେ କନ୍ୟା ନୁହେଁ ବର କାନ୍ଦୁଥିବା ଦେଖାଯାଉଛି ।
ଏହା ଦେଖି ଚାରିପଟେ ଉପସ୍ଥିତ ଥିବା କନ୍ୟା ପକ୍ଷ ଲୋକମାନେ ହସିବାକୁ ଲାଗିଛନ୍ତି । ବାସ୍ତବରେ, ବିଦାୟ ସମୟରେ ବର କନ୍ୟାକୁ ନ କନ୍ଦାଇବା ପାଇଁ ଏପରି ଏକ ମଜାଳିଆ ପରିସ୍ଥିତି ସୃଷ୍ଟି କରିଛନ୍ତି ।
ଯାହାକୁ ଦେଖି କନ୍ୟା ମଧ୍ୟ ହସିବାକୁ ଲାଗିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।