ମୁମ୍ବାଇ, ଫେବୃଆରୀ ୨୧ (ଖବର ଓଡ଼ିଶା):
ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ପୁଣି ପୁତ୍ରବତୀ ହୋଇଛନ୍ତି । ନୱାବ ବଂଶକୁ ଆଉ ଏକ ଦାୟଦ ମିଳିଛି । କରୀନା କପୁରଙ୍କୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରସବ ସମୟରେ ସ୍ୱାମୀ ସୈଫ ଅଲ୍ଲୀ ଖାନ ତାଙ୍କ ସହ ଉପସ୍ଥିତ ଥିଲେ। ଏହି ଖୁସି ଖବର ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ସାହନିଙ୍କ ମାଧ୍ୟମରେ ସୋସିଆଲ ମିଡିଆରେ ଜଣାଇଛି ।
ସୈଫ ଅଲ୍ଲୀ ଖାନ ଓ କରୀନା ଘରେ ନୂତନ ଅତିଥିଙ୍କୁ ନେଇ ବହୁତ ଉତ୍ସାହିତ ଅଛନ୍ତି । କେବଳ ସେତିକି ନୁହେଁ କରୀନା କପୁର ତାଙ୍କ ଦ୍ୱିତୀୟ ସନ୍ତାନର ନାମକରଣ ବିଷୟରେ କହିଛନ୍ତି ଯେ, 'ତୈମୁର ନାମକୁ ନେଇ ବିବାଦ ପରେ ମୁଁ ଏବଂ ସୈଫ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବିଷୟରେ ଚିନ୍ତା କରିନାହୁଁ, ଆମେ ଏହାକୁ ଶେଷ ପର୍ଯ୍ୟନ୍ତ ଛାଡି ଦେବାକୁ ଚାହୁଁଛୁ ସମସ୍ତେ ପରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। '
ଉଲ୍ଲେଖଯୋଗ୍ୟ ଯେ, କରୀନା କପୁର ତାଙ୍କର ଉଭୟ ଗର୍ଭଧାରଣ ସମୟରେ ବହୁତ ସକ୍ରିୟ ଥିଲେ। ଏହି ସମୟରେ କରୀନା ତାଙ୍କ ପ୍ରଶଂସକଙ୍କ ସହ କ୍ରମାଗତ ଭାବରେ ସଂଯୁକ୍ତ ରହି ତାଙ୍କ ଫଟୋ ସେୟାର କରିଥିଲେ । କେବଳ ସେତିକି ନୁହେଁ, କରୀନାଙ୍କୁ ଅନେକ ଥର ବାହାରେ ଦେଖିବାକୁ ମିଳିଥିଲା ଏବଂ ସେ ଗଣମାଧ୍ୟମ ସହିତ ମଧ୍ୟ କଥା ହୋଇଥିଲେ। ଏହାପୂର୍ବରୁ ୨୦୧୬ ଡିସେମ୍ବର ୨୦ରେ କରୀନା ତାଙ୍କର ପ୍ରଥମ ସନ୍ତାନ ତୈମୁରଙ୍କୁ ଜନ୍ମ ଦେଇଥିଲେ।