ଭାଇରାଲ ହେଉଛି ଶ୍ରଦ୍ଧାଙ୍କ ଏହି ଲୁକ୍
Khabar Odisha:Sradha-Kapoors-Nagin-Look-Trending-in-social-Media

ମୁମ୍ବାଇ : ଅଶି ଦଶକର ସୁପରି ହିଟ୍ ଫିଲ୍ମ ‘ନାଗିନା’ ରେ ସ୍ୱର୍ଗତ ଶ୍ରୀଦେବୀଙ୍କ ନିଖୁଣ ଅଭିନୟ ଏଯାଏଁ ତାଙ୍କ ପ୍ରସଂଶଙ୍କ ମନରେ ଜୀବିତ ହୋଇ ରହିଛି । ବର୍ତମାନ ପୁଣି ସେହି ସୁପରହିଟ୍ ସିନେମାର ରିମେକ୍ ହେବାକୁ ଯାଉଛି । ଯେଉଁଥିଲେ ନଜର ଆସିବାକୁ ଯାଉଛନ୍ତି ଆଶିକ୍ ଗର୍ଲ ଶ୍ରଦ୍ଧା କପୁର ।

୨୦୨୧ରେ ଚଳଚିତ୍ରଟି ପରଦାକୁ ଆସିବ ବୋଲି ସ୍ପଷ୍ଟ ହୋଇଛି । ଏହାରି ମଧ୍ୟରେ ଶ୍ରଦ୍ଧାଙ୍କ ନାଗିନ୍ ଲୁକ୍ ମଧ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି । ନାଗିନା ଫିଲ୍ମରେ ଶ୍ରୀଦେବୀଙ୍କ ପରି ନିଖୁଣ ଅଭିନୟ, ୨୦୨୧ର ନାଗିନ୍ ରେ ଶ୍ରଦ୍ଧା ଅନୁରୂପ କରିବେ ବୋଲଇ ଏବେ ଠାରୁ ଶ୍ରଦ୍ଧାଙ୍କ ଫ୍ୟାନ୍ସ ମାନଙ୍କ ମନରେ ଆଶା ବାନ୍ଧିଲାଣି । ଏହାକୁ ନେଇ ଶ୍ରଦ୍ଧା କପୁର କହିଛନ୍ତି ଯେ ସେ ଏହି ଫିଲ୍ମ କରିବା ପାଇଁ ଯେତିକି ଉତ୍ସୁକ ଅଛନ୍ତି ସେତିକି ଭ୍ରବୀତ ମଧ୍ୟ ଅଛନ୍ତି ।

ତେବେ ଏହି ଫିଲ୍ମର ସୁଟିଂ ଆସନ୍ତା ବର୍ଷରୁ ଆରମ୍ଭ ହେବାକୁ ଥିବା ବେଳେ ଶ୍ରଦ୍ଧା ଏନେଇ କିଛି ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଶ୍ରଦ୍ଧାଙ୍କ ଏହି ଫଟୋକୁ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବେଶ୍ ପ୍ରସଂଶା କରୁଛନ୍ତି ଯାହା ଶ୍ରଦ୍ଧାଙ୍କ ମନୋବଳ ଦ୍ୱିଗୁଣିତ କରୁଛି ବୋଲି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ମତ ରଖିଛନ୍ତି ।

  • Tags:

Subscribe

National International State Sports Entertainment