ବିଜ୍ଞାପନକୁ ନେଇ ବିବାଦରେ ସାଉଥ୍ ଅଭିନେତା ଆଲ୍ଲୁ ଅର୍ଜୁନ
Khabar Odisha:South-actor-Allu-Arjun-is-embroiled-in-controversy-over-the-ad
ନୂଆଦିଲ୍ଲୀ, ନଭେମ୍ବର ୧୦(ଖବର ଓଡିଶା):

ବିଜ୍ଞାପନକୁ ନେଇ ବିବାଦରେ ସାଉଥ୍ ଅଭିନେତା ଆଲ୍ଲୁ ଅର୍ଜୁନ । ତେଲେଙ୍ଗାନା ରାଜ୍ୟର ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେଶନ ନିକଟରେ ଟଲିଉଡ ସୁପରଷ୍ଟାର ଅଲୁ ଅର୍ଜୁନଙ୍କର ଏକ ବିଜ୍ଞାପନକୁ ବିରୋଧ କରିଛି । ଟିଏସଆରଟିସି କର୍ମଚାରୀ ଏବଂ ଯାତ୍ରୀଙ୍କୁ ସେ ଅପମାନିତ କରିଥିବା ଅଭିଯୋଗ ହୋଇଛି । ଟିଏସଆରଟିସି ମୁଖ୍ୟ ବିସି ସଜ୍ଜନର ଆଲ୍ଲୁ ଅର୍ଜୁନଙ୍କ ଏହି ବିଜ୍ଞାପନକୁ ମଧ୍ୟ ବିରୋଧ କରିଛନ୍ତି । ଆରଟିସି ବସରେ ଯାଉଥିବା ଯାତ୍ରୀ ଏବଂ କର୍ମଚାରୀ ମଧ୍ୟ ଏହି ବିଜ୍ଞାପନକୁ ପସନ୍ଦ କରିନାହାନ୍ତି । 

ତେବେ ନିକଟରେ ଆଲ୍ଲୁ ଅର୍ଜୁନ ଏକ ଆପ୍‌ର ବିଜ୍ଞାପନ କରିଥିଲେ । ୟୁଟ୍ୟୁବରେ ଏହି ବିଜ୍ଞାପନ ଗତ କିଛି ଦିନ ତଳେ ପ୍ରସାରିତ ହୋଇଛି । ଏହି ବିଜ୍ଞାପନରେ ଆଲ୍ଲୁ ଜଣେ ଦୋସା ବିକାଳି ଚରିତ୍ରରେ ନଜର ଆସିଛନ୍ତି । ସେ ଜମେ ଗ୍ରାହକଙ୍କୁ ରାଜ୍ୟର ବସଗୁଡିକ ଠିକଣା ସ୍ଥାନରେ ପହଞ୍ଚାଇବା ପାଇଁ ଅଧିକ ସମୟ ନିଅନ୍ତି । କିନ୍ତୁ ଆପ ଜରିଆରେ ବାଇକରେ ବସି ଶୀଘ୍ର ପହଞ୍ଚିପାରିବେ ।

ଏହାସହିତ ବସ ଭିଡରୁ ରକ୍ଷା ମଧ୍ୟ ପାଇପାରିବେ ବୋଲି କହୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଏହି ବିଜ୍ଞାପନରେ ଆଲ୍ଲୁ ଅର୍ଜୁନ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦବରୀ ଜିଲ୍ଲାର ବିରବସାରାମ ମାର୍ଗରେ ଠିଆ ହୋଇ ଆନ୍ଧ୍ରପ୍ରଦେଶର ସରକାରୀ ବସ ଆଡତୁ ସୂଚିତ କରିଥିବା ମଧ୍ୟ ନଜର ଆସିଛନ୍ତି । ଏହାକୁ ନେଇ ବିବାଦ ଉପୁଜିଥିବା ଜଣାପଡିଛି । 

  • Tags:

Subscribe

National International State Sports Entertainment