ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଗଣେଶ ଚତୁର୍ଥୀକୁ ଚାରିଆଡ଼େ ଧୁମଧାମ ରେ ପାଳନ କରାଯାଉଛି । ସବୁଆଡେ ବାପ୍ପାଙ୍କର ସୁନ୍ଦର ପ୍ରତିମା ଦେଖିବାକୁ ମିଳୁଛି । ସେହିପରି ବଲିଉଡ ତାରକାମାନେ ମଧ୍ୟ ନିଜ ଘରେ ବାପ୍ପାଙ୍କର ପ୍ରତିମା ଆଣି ବହୁତ ଧୁମଧାମର ସହ ଗଣେଶ ଚତୁର୍ଥୀ ପାଳନ କରିଥାନ୍ତି । ସେହି କ୍ରମରେ ବଲିଉଡ୍ ର ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଗଣେଶଙ୍କ ମୂର୍ତ୍ତି ଆଣିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଟିରେ ଶିଳ୍ପା ଗୋଟିଏ ସବୁଜ ରଙ୍ଗର ସଲୱାର୍ ସହ ଏକ ସବୁଜ ଏବଂ ଗୋଲାପୀ ରଙ୍ଗର ଓଢ଼ଣୀ ପିନ୍ଧିଥିବାର ଦେଖାଯାଇଛି । ଏହାସହ ରାଜଙ୍କୁ ଗୋଟିଏ କମଳା ରଙ୍ଗ ର ଟି-ଶାର୍ଟ ସହ ମାଟିଆ ରଙ୍ଗର ଜ୍ୟାକେଟ ପିନ୍ଧିବାର ଦେଖାଯାଇଛି । ଶିଳ୍ପା ଢୋଲ, ନଗାଡା ବଜେଇବା ସହ ବାପ୍ପାଙ୍କ ନାମ ନେଇ ବାପ୍ପାଙ୍କୁ ନିଜ ଘରକୁ ନେଲେ । ଏହାସହ ବାପ୍ପାଙ୍କ ସହ ମିଡ଼ିଆକୁ ପୋଜ ମଧ୍ୟ ଦେଇଥିଲେ ଶିଳ୍ପା । ଘରେ ପହଞ୍ଚିବା ପରେ ବାପ୍ପାଙ୍କୁ ସମ୍ପୂର୍ଣ୍ଣ ରୀତି ନୀତିର ସହ ଆରତୀ କରି, ଚନ୍ଦନ ସିନ୍ଦୁର ଲଗେଇ, ମିଠା ଖୁଆଇ, ଶେଷରେ ନଡ଼ିଆ ବାଡେଇ ବାପ୍ପାଙ୍କୁ ନିଜ ଘରକୁ ସ୍ୱାଗତ କରିଥିଲେ । ତେବେ ଏହି ଭିଡ଼ିଓ ଟିକୁ ସୋସିଆଲ ମିଡ଼ିଆର ୟୁଜର୍ସମାନେ ବହୁତ ପସନ୍ଦ କରିଥିବା ବେଳେ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।