ଆରୟନ୍ ଖାନ୍‌ଙ୍କୁ ଜାମିନ୍ ମିଳିବା ପରେ ସୋନୁ ସୁଦ୍ ଓ ସ୍ୱରା ଭାଷ୍କରଙ୍କ ପ୍ରତିକ୍ରିୟା
Khabar Odisha:Shah-Rukh-Khans-son-Aryan-Khan-gets-bail-Sonu-Sood-Swara-Bhasker-react

ମୁମ୍ବାଇ, ଅକ୍ଟୋବର ୨୮(ଖବର ଓଡ଼ିଶା): ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଦୀର୍ଘ ୨୬ ଦିନ ଧରି ଜେଲରେ ରହିବା ପରେ ଆଜି ବଲିଉଡ୍ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆରୟନ୍ ଖାନ୍‌ଙ୍କ ବେଲ୍ ମଞ୍ଜୁର ହୋଇଛି ।

୩ ଦିନର ମାରାଥନ୍ ଶୁଣାଣୀ ପରେ ଆଜି ମୁମ୍ବାଇ ହାଇକୋର୍ଟ ନିଜର ରାୟ ପ୍ରକାଶ କରି ଆରୟନ୍ ଖାନ୍ ସମେତ ଅର୍ବାଜ ମର୍ଚ୍ଚାଣ୍ଟ ଓ ମୁନମୁନ୍ ଧମିଚାଙ୍କୁ ମଧ୍ୟ ଜାମିନ୍ ମଞ୍ଜୁର କରିଛନ୍ତି । ତେବେ ଆରୟନ୍ ଖାନ୍‌ଙ୍କ ଗିରଫ କରେ ପୁରା ବଲିଉଡ୍ ଶାହରୁଖ ଖାନ୍‌ଙ୍କ ସପକ୍ଷରେ ବାହାରିଥିବା ବେଳେ ଆଜି ଆରୟନ୍‌ଙ୍କୁ ବେଲ୍ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ବହୁ ବଡ଼ ବଡ଼ ସେଲିବ୍ରିଟି ।

ବଲିଉଡ୍ ଅଭିନେତା ସୋନୁ ସୁଦ୍‌, ସ୍ୱରା ଭାଷ୍କର, ରାମ ଗୋପାଲ ବର୍ମା, ଆର ମାଧବନ୍‌, ମିକା ସିଂ, ସଞ୍ଜୟ ଗୁପ୍ତାଙ୍କ ଭଳି ବଡ଼ ବଡ଼ ସେଲିବ୍ରିଟି ଏବେ ସୋସିଆଲ ମିଡିଆରେ ଖୁସି ଜାହିର କରି ଆରୟନ୍ ଖାନ୍‌ଙ୍କ ବେଲ ଶୁଣାଣୀ ଉପରେ ଟ୍ୱିଟ କରିଛନ୍ତି ।

  • Tags:

Subscribe

National International State Sports Entertainment