ସନି ଲିଓନଙ୍କ ଆପତ୍ତିଜନକ ନୃତ୍ୟ ଦେଖି ତାତିଲେ ପୁରୋହିତ ସମାଜ, ତୁରନ୍ତ 'ମଧୁବନ୍' ନିଷିଦ୍ଧ କରିବାକୁ ଦାବି
Khabar Odisha:Seeing-Sunny-Leones-objectionable-dance-the-priestly-society-immediately-demanded-a-honeymoon-ban
ନୁଆଦିଲ୍ଲୀ, ଡିସେମ୍ବର୨୫(ଖବର ଓଡ଼ିଶା):

ସନି ଲିଓନ ତାଙ୍କର ନୂଆ ଗୀତ 'ମଧୁବନ୍' ପାଇଁ ଏବେ ଚର୍ଚ୍ଚାରେ । ତେବେ ସନ୍ନି ଲିଓନଙ୍କ ଏହି ଗୀତ ରିଲିଜ ହେବା ପରଠାରୁ ବିବାଦ ଲାଗି ରହିଛି । ଭିଡିଓରେ ସନ୍ନି ଲିଓନଙ୍କ ନୃତ୍ୟ ଦେଖି ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଷେଶ କରି  ଉତ୍ତରପ୍ରଦେଶର ମଥୁରାରେ ପୁରୋହିତମାନେ ସନ୍ନି ଲିଓନଙ୍କ ଏହି ନୂତନ ଭିଡିଓ ଆଲବମ ଉପରେ ନିଷେଧାଦେଶ ଦାବି କରିଛନ୍ତି । ପୁରୋହିତମାନେ ସନ୍ନି ଲିଓନଙ୍କୁ ତାଙ୍କ ନୃତ୍ୟକୁ 'ଅଶ୍ଳୀଳ' ବୋଲି କହି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି।

ଏହି ଗୀତରେ କନିକା କପୁର ଏବଂ ଅରିନ୍ଦମ ଚକ୍ରବର୍ତ୍ତୀ ସ୍ୱର ଦେଇଛନ୍ତି। ସନ୍ନି ମଧ୍ୟ ଏହି ଗୀତକୁ ଜୋରଦାର ପ୍ରମୋଟ୍ କରିଛନ୍ତି, କିନ୍ତୁ ବର୍ତ୍ତମାନ ଏହି ଗୀତଟି ବିବାଦରେ ପଡ଼ିଥିବା ଜଣାପଡିଛି । ଏହି ଗୀତକୁ ବିରୋଧ କରି ବୃନ୍ଦାବନର ସନ୍ଥ ନୱଲ ଗିରି ମହାରାଜ କହିଛନ୍ତି ଯେ ଏହି ଗୀତକୁ ନିଷିଦ୍ଧ କରାଯିବା ଉଚିତ। ଏପରିକି ଭିଡିଓ ଉପରେ ପ୍ରତିବନ୍ଧକ ଲଗାଯିବା ଏବଂ ସନ୍ନି ଲିଓନଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି ସେ କହିଛନ୍ତି ।

ଏହା ସହିତ ଗିରି ମହାରାଜ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଯଦି ସରକାର ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ଏବଂ ତାଙ୍କ ଭିଡିଓ ଆଲବମକୁ ନିଷିଦ୍ଧ କରନ୍ତି ତେବେ ଆମେ କୋର୍ଟର ଦ୍ୱାରସ୍ତ ହେବୁ। 

ସେହିଭଳି ଅଲ ଇଣ୍ଡିଆ ତୀର୍ଥ ପୁରୋହିତ ମହାସଭାର ରାଷ୍ଟ୍ରୀୟ ସଭାପତି ମହେଶ ପଠକ କହିଛନ୍ତି ଯେ 'ସନ୍ନି ଲିଓନ ଏହି ଗୀତକୁ' ଅପମାନଜନକ ଢଙ୍ଗରେ 'ଉପସ୍ଥାପନ କରି ବ୍ରଜଭୂମିର ସମ୍ନାନହାନି କରିଛନ୍ତି।

  • Tags:

Subscribe

National International State Sports Entertainment