ବାପାଙ୍କ ଟଙ୍କା ବରବାଦ କରୁଛନ୍ତି ସାରା ତେନ୍ଦୁଲକର ! ଇନଷ୍ଟାଗ୍ରାମରେ ଦେଲେ ଏହାର ଜବାବ୍
Khabar Odisha:Sarah-Tendulkar-is-wasting-her-fathers-money-The-answer-is-on-Instagram
ମୁମ୍ବାଇ, ଏପ୍ରିଲ 18 (ଖବର ଓଡ଼ିଶା):

ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ ଓ ଫଲୋଅର୍ସ ରହିଛନ୍ତି । ସେ ଇନଷ୍ଟାଗ୍ରାମରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ସାରା ଏକ ପୋଷ୍ଟ୍ ସେୟାର କରି ଚର୍ଚ୍ଚାରେ ରହିଛନ୍ତି । ସେ ହାତରେ କଫି କପ୍ ଧରି ଏକ ଫଟୋରେ ଲେଖିଥିଲେ ଯେ, ବ୍ଲୁ ଟୋକାଇକଫିସ୍ ସେଭସ୍ ଲାଇଫ୍ ।ଏହି ଫୋଷ୍ଟ ପରେ ଅନେକ ୟୁଜର ତାଙ୍କୁ ଟ୍ରୋଲ୍ କରିଥିଲେ । 

ଏହି ପୋଷ୍ଟ ଜଣେ ମହିଳା ୟୁଜରଙ୍କୁ ପସନ୍ଦ ଆସିନଥିଲା । ସେ ଏହାର ମଜାକ ଉଡାଇଥିଲେ । ଏହାସହ କଟାକ୍ଷ କରି କହିଥିଲେ ଯେ, ସାରା ନିଜ ବାପାଙ୍କ ଟଙ୍କା ବରବାଦ କରୁଛନ୍ତି । ଏହାପରେ ସାରା ମହିଳାଙ୍କୁ କଡା ଜବାବ ଦେଇଛନ୍ତି । ସାରା ଜବାବ ଦେବା ସହ ମହିଳାଙ୍କୁ ଟ୍ୟାଗ୍ କରି ମେସେଜ ଓ ସ୍କ୍ରିନସଟ୍ ସେୟାର କରିଛନ୍ତି ।

ଏହାସହ ଲେଖିଛନ୍ତି ଯେ, ଟଙ୍କା କ୍ୟାଫିନ୍‌ରେ ଖର୍ଚ୍ଚ କରିବା ବୁଲ ନୁହେଁ । ଏହା ଟଙ୍କାର ସଦ୍ ବ୍ୟବହାର ଅଟେ । ଏହାକୁ ବରବାଦ କରିବା କୁହାଯିବ ନାହିଁ । ସାରାଙ୍କ ଭାଇ ଅର୍ଜୁନ ତେନ୍ଦୁଲକର ମଧ୍ୟ ଉକ୍ତ ମହିଳାଙ୍କୁ କଟାକ୍ଷ କରିଛନ୍ତି ।

ଏହି ମହିଳାଜଣଙ୍କ ଆଇପିଏଲ ନିଲାମି ବେଳେ ମଧ୍ୟ ଅର୍ଜୁଲ ତେନ୍ଦୁଲକରଙ୍କୁ କଟାକ୍ଷ କରିଥିଲେ । ମହିଳା ଜଣଙ୍କ ଲେଖିଥିଲେ ଯେ, ସବୁଠାରୁ ଶସ୍ତା ଖେଳାଳି । ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ ୨୦ ଲକ୍ଷ ଟଙ୍କାର କିଣିଥିଲା । ଅର୍ଜୁନ ଏବେ ମୁମ୍ବାଇ ନେଟସରେ ପ୍ରାକ୍ଟିସ କରୁଛନ୍ତି । ଅର୍ଜୁନଙ୍କ ପୂର୍ବରୁ ସଚିନ ମଧ୍ୟ ଦୀର୍ଘ ଦିନ ଧରି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ ।

  • Tags:

Subscribe

National International State Sports Entertainment