ବଲିଉଡ ଷ୍ଟାରଙ୍କ ଘରକୁ ଗୁଳି ମାଡ ପଡିଲା ମହଙ୍ଗା । ବଲିଉଡର ସୁପର ଷ୍ଟାର ସଲମାନ ଖାନଙ୍କ ଘରକୁ ଗୁଳି ମାଡ କରି ଫେରାର ଥିବା ଅଭିଯୁକ୍ତକୁ ପୋଲିସ କାବୁ କରିଛି । ୨ ଅଭିଯୁକ୍ତଙ୍କୁ ଗୁଜରାଟ ଭୁଜ୍ ରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ବାନ୍ଦ୍ରା ଅଞ୍ଚଳରେ ୨ଜଣ ଅଜଣା ବ୍ୟକ୍ତି ଭାଇଜାନ ସଲମାନଙ୍କ ଘର ଆଗରେ ଗୁଳି ଚଳାଇ ଚମ୍ପଟ ମାରିଥିଲେ।ଗୁଳିମାଡ଼ ଘଟଣାର ଦିନକ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏପ୍ରିଲ ୧୪ତାରିଖ ଭୋର ପ୍ରାୟ ୪ଟା ୫୧ସମୟରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ପ୍ରଥମେ ତିନି ରାଉଣ୍ଡ ଓ ପରେ ୪ରାଉଣ୍ଡ ଗୁଳି ଚଲାଇ ଫେରାର ହୋଇଯାଇଥିଲେ। ଆମେରିକାରେ ଥିବା ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ୍ ବିଷ୍ଣୋଇ ଫାଇରିଂ ପାଇଁ ସବୁ କିଛି ଯୋଜନା ପ୍ରସ୍ତୁତ କରିଥିଲା। ଏଥିପାଇଁ ସାର୍ପ ସୁଟର୍ ରୋହିତ ଗୋଦରାକୁ ଦାୟିତ୍ବ ଦିଆଯାଇଥିଲା। ରୋହିତଙ୍କ ନିର୍ଦ୍ଧେଶକ୍ରମେ ଏହି କାର୍ଯ୍ୟ ସମ୍ପାଦନ ପାଇଁ ବିଶାଲ ଓ ଅନ୍ୟ ଜଣେ ସାର୍ପସୁଟରକୁ ନିୟୋଜିତ କରାଯାଇଥିଲା। ତବେ ଏହି ଭଳି ଗୁଳି କାଣ୍ତର କାରଣ ଅସ୍ପଷ୍ଟ ।
ଅଧିକା ପଢନ୍ତୁ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି