ହଲିଉଡରେ ବି RRR କ୍ରେଜ୍‌, ଓସ୍କାର ପୂର୍ବରୁ RRRକୁ ମିଳିଲା ଆଉ ଏକ ଇଣ୍ଟରନ୍ୟାସନାଲ ଆୱାର୍ଡ
Khabar Odisha:SS-Rajamoulis-RRR-wins-Best-International-Film-at-HCA-Awards
ଖବର ଓଡିଶା : 25/02/2023

ଥମୁନି RRRର କ୍ରେଜ୍। ଏସ୍ ଏସ୍‌ ରାଜାମୌଲିଙ୍କ ଫିଲ୍ମ RRR ଦିନ କୁ ଦିନ ସଫଳତାର ଶୀର୍ଷକୁ ଛୁଇଁ ଚାଲିଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ଆୱାର୍ଡ ପାଇବାରେ ମୁଖ୍ୟ ଆକର୍ଷଣ ପାଲଟିଛି । ପୂର୍ବରୁ ଏହି ଫିଲ୍ମ ଗୋଲ୍ଡେନ୍ ଗ୍ଲୋବ୍ସ ଆୱାର୍ଡ ଜିତି ଓ ଓସ୍କାର ଦୌଡରେ ସାମିଲ ହୋଇ ଦେଶର ନାଁ ଗର୍ବିତ କରିସାରିଛି। ଏବେ ରାମଚରଣ ଓ ଜୁନିଅର ଏନ୍‌ଟିଆର୍‌ଙ୍କ ଏହି ଫିଲ୍ମ ଆଉ ଏକ ଇତିହାସ ରଚିଛି। ହଲିଉଡ କ୍ରିଟିକ୍ସ ଆସୋସିଏସନ ଆୱାର୍ଡ ପାଇଛି। ଏହି ଫିଲ୍ମକୁ ଏପର୍ଯ୍ୟନ୍ତ ମୋଟ ୪ଟି ପୁରସ୍କାର ମିଳିଛି । ହଲିଉଡ ଫିଲ୍ମ ‘ଆର୍ଜେଣ୍ଟିନା ୧୯୯୫’କୁ ପଛରେ ପକାଇ ଏହି ଆୱାର୍ଡ ହାସଲ କରିଛି ଆର୍‌ଆର୍‌ଆର୍। ସେହିପରି ଶ୍ରେଷ୍ଟ ଆକ୍ସନ ଫିଲ୍ମ, ଶ୍ରେଷ୍ଠ ଗୀତ ଓ ଷ୍ଟଣ୍ଟ ବର୍ଗରେ ମଧ୍ୟ ଏହି ଫିଲ୍ମକୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ରାମ ଚରଣ ଏକ ଭାଷଣ ଦେଇ କହିଥିଲେ- ସମସ୍ତଙ୍କୁ ନମସ୍କାର, ମୁଁ ମଞ୍ଚକୁ ଆସିବାକୁ ଚାହୁଁନଥିଲି କିନ୍ତୁ ମୋର ନିର୍ଦ୍ଦେଶକ କହିଥିଲେ ଯେ ମୁଁ ତାଙ୍କୁ ସମର୍ଥନ କରିବି। ବହୁତ ପ୍ରେମ ପାଇଁ ଧନ୍ୟବାଦ । ଭବିଷ୍ୟତରେ ମଧ୍ୟ ତୁମ ସମସ୍ତଙ୍କୁ ମନୋରଞ୍ଜନ କରିବା ଆମର ଦାୟିତ୍ଵ।  ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ । HCA କୁ ମଧ୍ୟ ଧନ୍ୟବାଦ ।  ଏତେ ସାରା ଭଲପାଇବା ଦେଇଥିବା ଯୋଗୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଆଗାମୀ ଭବିଷ୍ୟତରେ ମଧ୍ୟ ମୁଁ ଆପଣଙ୍କ ମନୋରଞ୍ଜନ କରିବି, ଏହା ମୋର ଦାୟିତ୍ୱ। ଉଲ୍ଲେଖଯୋଗ୍ୟ, ଫିଲ୍ମ ଆର୍‌ଆର୍‌ଆର୍ ବକ୍ସ ଅଫିସ୍‌ରେ ଧମାଲ କରିଥିଲା। ୱାର୍ଲ୍ଡ ୱାଇଡ୍ ଏହି ଫିଲ୍ମ ୧୦୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିବାରେ ସଫଳତା ପାଇଛି। 

Subscribe

National International State Sports Entertainment