ଚଳିତ ବର୍ଷ ରିଲିଜ୍ ହେବ 'ପୁଷ୍ପା ୨'; ଶାହରୁଖଙ୍କ ସହ ଦେବ ଟକ୍କର!
Khabar Odisha:Pushpa--2-to-release-this-year
Khabar Odisha:24/5/2023

  ସୁକୁମାରଙ୍କ ଫିଲ୍ମ 'ପୁଷ୍ପା: ଦ ରୁଲ'କୁ ନେଇ ଦୀର୍ଘ ସମୟ ଧରି ଅପେକ୍ଷା ରହିଛି। ପ୍ରତ୍ୟେକ ଦର୍ଶକ ଅଲୁ ଅର୍ଜୁନଙ୍କ ଏହି ଫିଲ୍ମକୁ ଖୁବ୍ ଶୀଘ୍ର ଥିଏଟରରେ ଦେଖିବାକୁ ଚାହାଁନ୍ତି। ଦୀର୍ଘ ଦିନ ଧରି ଫିଲ୍ମର ରିଲିଜ୍‌କୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। ବର୍ତ୍ତମାନ ଅଲୁ ଅର୍ଜୁନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ୨୦୨୪ ନୁହେଁ, ଚଳିତ ବର୍ଷ ହିଁ ରିଲିଜ୍ ହେବ 'ପୁଷ୍ପା ୨'। ଏହି ସମୟରେ ଶାହରୁଖଙ୍କ ‘ଡଙ୍କି’ ମଧ୍ୟ ରିଲିଜ୍ ହେବାର ଅଛି। ଫିଲ୍ମର ରିଲିଜ୍ ତାରିଖ ସାମ୍ନାକୁ ଏବେ ଆସିଛି।

   ଖବର ଅନୁଯାୟୀ, ଏହି ଫିଲ୍ମ ୨୦୨୪ ମସିହାରେ ରିଲିଜ୍ ହେବାକୁ ଥିବା ପୁଷ୍ପା ୨ ଏବେ , ଚଳିତ ବର୍ଷ ହିଁ ରିଲିଜ୍ ହେବାକୁ ଯାଉଛି । ଏହି ଖବର ଜାଣି ଦର୍ଶକଙ୍କ ମନରେ ଉତ୍ସାହର ଲହରୀ ଖେଳିଯାଇଛି। ଏହି ଫିଲ୍ମରେ ଫହାଦ୍ ଫସିଲ ଏବଂ ରଶ୍ମିକା ମନ୍ଦନା ପ୍ରମୁଖ ଭୂମିକାରେ ନଜର ଆସିବେ। ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା: ଦି ରାଇଜ୍' ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା। ଫିଲ୍ମଟି ଏତେ ପସନ୍ଦ ହୋଇଥିଲା ଯେ ଏହା ୩୦୦ କୋଟିରୁ ଅଧିକ ରୋଜଗାର କରିଥିଲା। ଚଳଚ୍ଚିତ୍ରର ସଫଳତାକୁ ଦେଖି ଏହାର ଦ୍ୱିତୀୟ ଭାଗ 'ପୁଷ୍ପା: ଦି ରୁଲ୍' କରିବାକୁ ଘୋଷଣା କରାଯାଇଥିଲା। ଅଲୁଙ୍କ ଏକ ଭିନ୍ନ ଅବତାର ଫିଲ୍ମର ଦ୍ୱିତୀୟ ଭାଗରେ ଦେଖିବାକୁ ମିଳିବ ଏବଂ ଫିଲ୍ମରେ ଅନେକ ଆଶ୍ଚର୍ଯ୍ୟଜନକ ଏଲିମେଣ୍ଟ୍ ରହିବ। ଇ ଟାଇମ୍ସର ଖବର ଅନୁଯାୟୀ ଫିଲ୍ମର ରିଲିଜ୍ ତାରିଖ ନିଶ୍ଚିତ ହୋଇଛି ଏବଂ ଏହା ଚଳିତ ବର୍ଷ ଡିସେମ୍ବର ୨୨ରେ ମୁକ୍ତିଲାଭ କରିବ। ଏହା ଅଲୁଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ଼ ଖବର ହୋଇଛି। ଏହି ସମୟରେ ଶାହରୁଖ ଖାନ ଓ ଅଲ୍ଲୁ ଅର୍ଜୁନଙ୍କ ମଧ୍ୟ କଡା ଟକ୍କର ହୋଇପାରେ। କାରଣ ଶାହରୁଖଙ୍କ 'ଡଙ୍କି' ମଧ୍ୟ ୨୨ ଡିସେମ୍ବରରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଏଭଳି ପରିସ୍ଥିତିରେ, ଏହା ୨୦୨୩ର ସବୁଠାରୁ ବଡ ସଂଘର୍ଷ ହୋଇପାରେ। ଯଦି ଏପରି ହୁଏ ତେବେ ଶାହରୁଖଙ୍କର କ୍ଷତି ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଶାହରୁଖଙ୍କ ଫିଲ୍ମ 'ଜୱାନ'ରେ ମଧ୍ୟ ଅଲୁଙ୍କ ନଜର ଆସିବାର ଖବର ରହିଛି। ଏଭଳି ପରିସ୍ଥିତିରେ ଶାହରୁଖ ଚାହୁଁନାହାଁନ୍ତି ଯେ ତାଙ୍କ ଫିଲ୍ମ ଡିସେମ୍ବରରେ ଅଲୁଙ୍କ ଫିଲ୍ମ ସହିତ ଟକ୍କର ଦେଉ ବୋଲି।

Subscribe

National International State Sports Entertainment