ଦିବଙ୍ଗତ ବରିଷ୍ଠ ଅଭିନେତା ରାଇମୋହନ ପରିଡା ଘରେ ପୋଲିସ, ପରିବାର ଲୋକଙ୍କୁ କରାଯାଉଛି ପଚରାଉଚରା ଭୁବନେଶ୍ୱର, ଜୁନ ୨୫(ଖବର ଓଡିଶା): Share story: ଦିବଙ୍ଗତ ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଘରେ ପୋଲିସ ପହଞ୍ଚିଛି । ରାଇମୋହନଙ୍କ ଭୁବନେଶ୍ୱର ଘର ପ୍ରାଚୀ ବିହାରରେ ପୋଲିସ ପହଞ୍ଚିଛି । କମିଶନରେଟ ପୋଲିସର ୪ ମହିଳା ଅଫିସର ପହଞ୍ଚିଥିଲେ । ତେବେ ରାଇମୋହନଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି । ସେହିପରି ପଞ୍ଚଭୂତରେ ଲୀନ ହୋଇଛି ଓଲିଉଡର ବରିଷ୍ଠ ଅଭିନେତା ରାଇମୋହନ ପରିଡା । ଶୋକାକୂଳ ପରିବେଶ ମଧ୍ୟରେ ଶୁକ୍ରବାର ପୁରୀ ସ୍ୱାର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଏତେ ଅଭିନେତା ହୋଇକି ବି ରାଇମୋହନ ପରିଡା କାହିଁକି କଲେ ଆତ୍ମହତ୍ୟା । ଏହି ଆତ୍ମହତ୍ୟାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ତେବେ ରାଇମୋହନଙ୍କ ଆତ୍ମହତ୍ୟା କରିବା ପଛର କାରଣ କଣ । କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ । କେଉଁ ଚାପରେ ଥିଲେ କି ରାଇମୋହନ । ମାନସିକ ଅବସାଦ ଥିଲା ନା ଥିଲା ଆର୍ଥିକ ସମସ୍ୟା । ପାରିବାରି ଅଶାନ୍ତି ଥିଲା କି, ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା କି । ଏହି ପରି ଅନେକ ଅସମାହିତ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଖବର ଓଡ଼ିଶା, Reporter, 25/06/2022