ଖବର ଓଡିଶା : 09/05/2023:
ମୁମ୍ବାଇ: ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ଗତ କିଛି ଦିନ ହେଲାଣି ପରିଣୀତିଙ୍କ ବିବାହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ସହ ହେବ ବୋଲି କୁହାଯାଉଥିବା ବେଳେ ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶେଷରେ ଆସନ୍ତା ଶନିବାର ୧୩ ତାରିଖରେ ପରିଣୀତି ଓ ରାଘବ ନିର୍ବନ୍ଧ କରିବାକୁ ଯାଉଛନ୍ତି । ସୂଚନା ମୁତାବକ ସେମାନଙ୍କ ନିର୍ବନ୍ଧ ଦିଲ୍ଲୀରେ ହେବ ବୋଲି ଶୁଣିବାକୁ ମିଳୁଛି।
ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଉତ୍ସବରେ ଉଭୟଙ୍କ ପାଖାପାଖି ୧୫୦ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗଦେବେ ବୋଲି ସୂଚନା ରହିଛି। ତେବେ ସେ ଦୁହିଁଙ୍କ ବିବାହ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଆଶା କରାଯାଉଛି ଯେ ଏହି ବର୍ଷ ଶେଷ ସୁଦ୍ଧା ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ । ନିକଟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ ରେ ଅଭିନେତା ଏବଂ ରାଜ୍ୟସଭା ସାଂସଦ ଅନେକ ଥର ଏକାଠି ନଜର ଆସିଛନ୍ତି । ରବିବାର ସନ୍ଧ୍ୟାରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଏକ ରେଷ୍ଟୁରାଣ୍ଟରେ ଡିନର୍ ଡେଟ୍ରେ ଯାଉଥିବାର ଦେଖିବାକୁ ମିଳିଥିଲା। ସେମାନଙ୍କୁ ଏକତ୍ର ଦେଖିବା ପରେ ବାହାଘର କେବେ ବୋଲି କିଛି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ବି ସେମାନେ କିଛି କହିନଥିଲେ । ପରିଣିତାଙ୍କ ସାନଭାଇ ଶିବଙ୍ଗ ଚୋପ୍ରା ମଧ୍ୟ ଏହି ଦମ୍ପତିଙ୍କ ସହ ନଜର ଆସିଥିଲେ।