ପୁଣି ଚର୍ଚ୍ଚାରେ ଓଡ଼ିଶାର ସୋନୁ ସୁଦ୍ : ଆଉଟଲୁକ୍ ମାଗାଜିନ୍ ରେ ସ୍ଥାନ ପାଇଲେ ସବ୍ୟସାଚୀ
Khabar Odisha:Odishas-Sonu-Sudh-Sabyasachi-was-featured-in-Outlook-magazine

ଭୁବନେଶ୍ୱର, ଡିସେମ୍ବର ୩୦ (ଖବର ଓଡ଼ିଶା) : କରୋନା ମହାମାରୀ ସମୟରେ ଅସହାୟ ମାନଙ୍କୁ ସହାୟତା ହାତ ବଢାଇ ବେଶ୍ ଚର୍ଚ୍ଚିତ ହୋଇଥିଲେ ଓଲିଉଡ୍ ର ହ୍ୟାଣ୍ଡସମ୍ ହଙ୍କ ତଥା ଆଗଧାଡିର ଅଭିନେତା ସବ୍ୟସାଚୀ ମିଶ୍ର । ଠିକ୍ ଯେଉଁଭଳି ବଲିଉଡ୍ ଅଭିନେତା ସୋନୁ ସୁଦ୍ ଏହି ଅସମୟରେ ଲୋକଙ୍କ ପାଇଁ ଭଗବାନ୍ ସାଜିଥିଲେ ସେହିଭଳି ଓଡ଼ିଶା ଲୋକଙ୍କ ପାଇଁ ଭଗବାନ ସାଜି ସେମାନଙ୍କୁ ସାହାର୍ଯ୍ୟ କରିଥିଲେ ସବ୍ୟସାଚୀ । ଯାହା ପାଇଁ ତାଙ୍କୁ ଓଡ଼ିଶାର ସୋନୁ ସୁଦ୍ ବୋଲି କୁହାଯାଉଛି ।

ବର୍ତମାନ୍ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏହି ଲୋକପ୍ରୀୟ ଅଭିନେତା । ଜାତୀୟ ସ୍ଥରୀୟ ମାଗାଜିନ୍ ଆଉଟଲୁକ୍ ରେ ‘ପର୍ସନ ଅଫ୍ ଦ ଇଅର’ ଭାବେ ସ୍ଥାନ ପାଇଛନ୍ତି ସବ୍ୟସାଚୀ । କରୋନା କାଳରେ ଲକଡାଉନ୍ ଓ ସଟଡାଉନ୍ ସମୟରେ ଗରିବ ଲୋକଙ୍କ ପାଖରେ ସେମାନଙ୍କୁ ସାହାର୍ଯ୍ୟ କରିବା ସହିତ ସବୁ କିଛି ବନ୍ଦ ଥିବା ସମୟରେ ବିଶେଷ କରି ପ୍ରବାସୀ ଶ୍ରମିକ ମାନଙ୍କୁ ତାଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରି ଓଡ଼ିଶା ଲୋକଙ୍କ ପ୍ରଶଂସା ସାଉଁଟିଥିଲେ ସବ୍ୟ ।

ବର୍ତମାନ ଆଉଟଲୁକ୍ ମାଗାଜିନ୍ ରେ ସବ୍ୟସାଚୀଙ୍କ ସହିତ ୨୦୨୦ର ଆହୁରି ଅନେକ ଚର୍ଚ୍ଚିତ ଚେହେରା ମାନଙ୍କୁ ସ୍ଥାନ ଦିଆଯାଇଛି । ଆଉଟଲୁକ୍ ରେ ସ୍ଥାନ ପାଇଥିବାରୁ ଏବେ ସବ୍ୟସାଚୀଙ୍କ ପ୍ରଶଂସକ ମାନଙ୍କ ଠାରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

  • Tags:

Subscribe

National International State Sports Entertainment