କରୋନାକୁ ହରାଇଲେ ନୋରା ଫତେହି, ରିପୋର୍ଟ ନେଗେଟିଭ୍ ଆସିଥିବା ଦେଲେ ସୂଚନା ନୂଆଦିଲ୍ଲୀ, ଜାନୁଆରୀ ୦୮(ଖବର ଓଡିଶା): Share story: ବଲିଉଡର ଡ୍ୟାନ୍ସିଂ କୁଇନ୍ ନୋରା ଫତେହି । ନିକଟରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ମାତ୍ର ସେ ଏବେ କରୋନାକୁ ହରାଇଛନ୍ତି । ଆଉ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ସେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି । ନୋରା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରରେ ଲେଖିଛନ୍ତି ଯେ, ହେଲୋ ଫ୍ରେଣ୍ଡସ୍, ମୋ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଆପଣଙ୍କ ସମସ୍ତଙ୍କର ପ୍ରାର୍ଥନା ପାଇଁ ବହୁତ ଧନ୍ୟବାଦ । ଯେଉଁମାନେ ମୋତେ ସୁନ୍ଦର ବାର୍ତ୍ତା ଦେଇଛନ୍ତି ସେମାନଙ୍କୁ ଅଶେଷ ଧନ୍ୟବାଦ । ଏହା ମୋ ପାଇଁ ବହୁତ କଷ୍ଟକର ସମୟ ରହିଛି । ମୁଁ ଶୀଘ୍ର କାମକୁ ଫେରିବି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହି ନୂଆ ବର୍ଷରେ ମୁଁ ନିଜକୁ ମଜବୁତ କରିଛି । ଏହାସହିତ କାମ କରିବାକୁ ଚାହୁଁଛି । ଆପଣ ସମସ୍ତେ ସୁରକ୍ଷିତ ରୁହନ୍ତୁ । ନୋରାଙ୍କ ବ୍ୟତୀତ ଅଭିନେତା ଜନ୍ ଆବ୍ରାହମ୍ ଓ ତାଙ୍କ ପତ୍ନୀ କରୋନା ଆକ୍ରାନ୍ତ ହୋଇଥିଲେ । ସେହିପରି ଏକତା କାପୁର ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଖବର ଓଡ଼ିଶା, Reporter, 08/01/2022