ହଲିଉଡ୍ ର ସୁନ୍ଦରୀ ନାୟିକା ମାରଗଟ୍ ରୋବିଙ୍କର ଏବେ ପୁରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ଏହି ଅଷ୍ଟ୍ରେଲୀୟନ ନାୟିକା 2008ରେ ଟେଲିଭିଜନରୁ ନିଜ କ୍ୟାରିଅରର ଆରମ୍ଭ କରିଥିଲେ । ଟେଲିଭିଜନ ଧାରାବାହିକ 'ପାନ୍ ଏମ୍'ରେ ଲିଡ଼ ରୋଲରେ ଦେଖାଇଯାଇଥିଲେ ଏହି ନାୟିକା । ଏହାର ବର୍ଷେ ପରେ 'ଦ ୱଲ୍ଫ ଅଫ ୱାଲ୍ ଷ୍ଟ୍ରିଟ୍' ନାମକ ଏକ କମେଡି ପ୍ରସଙ୍ଗ ଫିଲ୍ମରେ ଅଭିନୟ କରି ଟେଲିଭିଜନ ସ୍କ୍ରିନରୁ ରୂପେଲି ପରଦାକୁ ଆସିଥିଲେ ମାରଗଟ୍ ରୋବି । ରୋବିଙ୍କୁ ତାଙ୍କ ଅଭିନୟ କ୍ୟାରିଅର ପାଇଁ ଦୁଇଟି ଏକାଡେମୀ ପୁରସ୍କାର, ଚାରିଟି ଗୋଲଡେନ୍ ଗ୍ଲୋବ ପୁରସ୍କାର ଏବଂ ପାଞ୍ଚଟି ବ୍ରିଟିଶ ଏକାଡେମୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ତେବେ ଏବେ ମାରଗଟ୍ ରୋବି ଚର୍ଚ୍ଚାରେ ରହିବାର କାରଣଟି ଟିକେ ଅଲଗା । 21 ଜୁଲାଇରେ ରିଲିଜ ହୋଇଥିବା ଫିଲ୍ମ 'ବାର୍ବୀ'କୁ ପୁରା ବିଶ୍ୱରୁ ବହୁତ ପ୍ରଶଂସା ମିଳୁଛି । ଏହି ଫିଲ୍ମରେ ମାରଗଟ୍ ରୋବି ମୁଖ୍ୟ ଭୂମିକରେ ଅଛନ୍ତି । ତେବେ ଏହି ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ମାରଗଟ୍ ରୋବିଙ୍କୁ ବିଶ୍ୱର ସବୁଠାରୁ ମହଙ୍ଗା ଅଭିନେତ୍ରୀ ବୋଲି କୁହାଯାଉଛି । 'ବାର୍ବୀ' ଫିଲ୍ମରେ କାମ କରିବା ପାଇଁ ତାଙ୍କୁ 400 କୋଟି ଟଙ୍କା ଦିଆଯାଇଛି । ଏହି ପାରିଶ୍ରମିକ ପାଇବା ପରେ ସେ ହଲିଉଡ୍ ର ନାୟିକା ସ୍କାରଲେଟ୍ ଜୋହାନ୍ସନ୍, ଆଞ୍ଜେଲିନା ଜୋଲି, ଗାଲ୍ ଗାଡୋଟ୍ ଙ୍କୁ ମଧ୍ୟ ପଛରେ ଛାଡିଦେଇଛନ୍ତି । ଏହି ଫିଲ୍ମଟି 21 ଜୁଲାଇରେ ରିଲିଜ ହୋଇଥିବା ବେଳେ ଥିଏଟର ରେ ଏହି ଫିଲ୍ମଟି ର ଦବଦବା ଏବେ ବି ଜାରି ରହିଛି । ଏହି ଫିଲ୍ମଟି କୁ ନିର୍ଦ୍ଦେଶନା ଦେଇଛନ୍ତି ଗ୍ରେଟା ଗେରିୱିଗ୍ । ତେବେ ପ୍ରଥମ ଥର କୌଣସି ମହିଳା ନିର୍ଦ୍ଦେଶିକାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟି 100 କୋଟି ଡ଼ଲାରରୁ ଅଧିକ ଆୟ କରିଛି ବୋଲି ସୂଚନା ମିଳିଛି । ରୋବି ବର୍ତ୍ତମାନ ସର୍ବାଧିକ ପାରିଶ୍ରମିକ ପାଇଥିବା ଅଭିନେତ୍ରୀ ହୋଇଥିଲେ ମଧ୍ୟ, 2013ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଗ୍ରାଭିଟି' ରେ କାମ କରିବା ପାଇଁ ସାଣ୍ଟ୍ରା ବୁଲକଙ୍କୁ 567 କୋଟି ଟଙ୍କା ଦିଆଯାଇଥିଲା । ସେହି ଦୃଷ୍ଟିରୁ ସାଣ୍ଟ୍ରା ଏବେବି ପ୍ରଥମ ନମ୍ବରରେ ଅଛନ୍ତି । ତେବେ ସେହି ଦିନରେ ଆହୁରି ଏକ ଫିଲ୍ମ ରିଲିଜ ହୋଇଥିଲା 'ଓପନହାଇମର' । ଯାହାର ନାମ ହେଉଛି 'ଓପନହାଇମର' । 'ବାର୍ବୀ' 25 ଦିନରେ 9800 କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିଥିବା ବେଳେ 'ଓପନହାଇମର' 5400 କୋଟିରୁ ଅଧିକ ଆୟ କରିଛି । ତେବେ 'ବାର୍ବୀ' 2023ର ସର୍ବାଧିକ ଆୟ କରିଥିବା ହଲିଉଡ୍ ଫିଲ୍ମର ମାନ୍ୟତା ପାଇଛି ।