ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ନିଜ ଜନ୍ମଦିନ ପାଳିଛନ୍ତି । ଭାଇଜାନ୍ ସଲମନ୍ ଙ୍କ ସହ କେକ୍ କାଟୁଥିବା ଭିଡିଓ ଏବେ ଭାଇରାଲ ହେଉଛି । ଆଜି ଧୋନୀ ୪୩ତମ ଜନ୍ମଦି୍ନ ସେଲିବ୍ରେଟ କରୁଛନ୍ତି ଆଉ ତାଙ୍କ ସହ ସାମିଲ ହୋଇଛନ୍ତି।
ମହେନ୍ଦ୍ର ସିଂ ଧୋନୀ ଜୁଲାଇ ୭, ୧୯୮୧ ରେ ଝାଡଖଣ୍ଡର ରାଞ୍ଚିରେ ଜନ୍ମ ହୋଇଥିଲେ। ଏହି ସହରରୁ ଭାରତୀୟ ଟିମର ଅଧିନାୟକ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରିଥିଲେ । ଗତ ୧୫ ଅଗଷ୍ଟ ୨୦୨୦ରେ ଏହି ଖେଳାଳୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ୪ ବର୍ଷ ପରେ ବି ଧୋନୀଙ୍କ ପ୍ରଶଂସକଙ୍କ ସଂଖ୍ୟା ସେହିଭଳି ରହିଛି। ଏହି ଅବସରରେ ଆଜି ବଲିଉଡ ଭାଇଜାନ୍ ସଲମନ୍ ଖାନଙ୍କ ସହ ଧୋନୀ ତାଙ୍କ ଜନ୍ମଦିନ ପାଳିଛନ୍ତି।