ନିକଟରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ଷ୍ଟାରର ଫିଲ୍ମ 'ଫାଇଟର’ ରିଲିଜ କରାଯାଇଥିଲା । ଯାହା ରିଲିଜ ହେବ ପରେ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ଦର୍ଶକମାନେ ଫିଲ୍ମଟିକୁ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମଟି ବିଶ୍ୱବ୍ୟାପି 300 କୋଟି ଟଙ୍କାର ଆୟ କରିବାରେ ସଫଳ ହୋଇଛି । ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ଅଭିନୀତ ଏହି ଚଳଚ୍ଚିତ୍ରରେ ବାୟୁସେନା ଯୁଦ୍ଧ ବିମାନ ପାଇଲଟଙ୍କ କାହାଣୀ ଦର୍ଶା ଯାଇଛି । ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ଏହାର ସଫଳତାକୁ ଉପଭୋଗ କରୁଥିବା ବେଳେ ଏହାକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।
ଏହି ଫିଲ୍ମର ଗୋଟିଏ ଦୃଶ୍ୟ ପାଇଁ ଏକ ବିବାଦ ଆରମ୍ଭ ହୋଇଛି । ଭାରତୀୟ ବାୟୁସେନା ୟୁନିଫର୍ମରେ ଏକ ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ ଆରମ୍ଭ ହୋଇଛି । ତେବେ ଆସାମର ଜଣେ ବାୟୁସେନା ଅଧିକାରୀ ସୌମ୍ୟ ଦୀପ୍ ଦାସ ଫିଲ୍ମ ନିର୍ମାତାଙ୍କ ବିରୋଧରେ ନୋଟିସ ଜାରି କରି ଏହି ଦୃଶ୍ୟକୁ ବାୟୁସେନାର ଅପମାନ ବୋଲି କହିଛନ୍ତି । ଏହାକୁ ନେଇ ସେ କହିଛନ୍ତି କି, ସେନା ୟୁନିଫର୍ମରେ ହ୍ରିତିକ ଏବଂ ଦୀପିକାଙ୍କ ମଧ୍ୟରେ ଚୁମ୍ବନ ଦୃଶ୍ୟ ୟୁନିଫର୍ମ ସହିତ ଜଡିତ ସମ୍ମାନ ଏବଂ ପବିତ୍ରତାକୁ ଅସମ୍ମାନ କରୁଛି । ତେଣୁ ସେମାନେ ‘ଫାଇଟର୍’ର ନିର୍ମାତାଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛନ୍ତି । ତେବେ ଏ ପର୍ଯ୍ୟନ୍ତ ଏ ବାବଦରେ ନିର୍ମାତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ। ତେବେ ଏହି ଘଟଣା ଟି ଆଗକୁ କେଉଁ ମୋଡ଼ ନେବ ତାହା ଦେଖିବାକୁ ବାକି ରହିଲା ।