ମୁମ୍ବାଇ, ଏପ୍ରିଲ ୨ (କବର ଓଡ଼ିଶା): କେଟ୍ ଶର୍ମା ଆଗାମୀ ଚଳଚ୍ଚିତ୍ର ‘ରୁହୁଦାର’ରେ ଆଶମିତ ପଟେଲଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି । ଏହି ସିନେମାଟି ଓଟିଟି ପ୍ଳାଟଫର୍ମରେ ରେ ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ କେଟ୍ ଶର୍ମା ଙ୍କୁ ଶୟାରା କ୍ୟାରେକ୍ଟର ପ୍ଲେ କରିବାର ଦେଖିବାକୁ ମିଳିବ ।
ସିନେମାରେ କାହାଣି ଖୁବ୍ ଭିନ୍ନ ହୋଇଛି ବୋଲି ନିର୍ଦ୍ଦେଶକ ପ୍ର୍ରଜାଜକ ମତ ରଖିଛନ୍ତି । ଯେଉଁ ମହିଳାମାନଙ୍କ ଛୁଆ ଜନ୍ମ କରିବାରେ ସେମାନଙ୍କର କିଛି ସମସ୍ୟା ରହିଥାଏ ଓ ପରବର୍ତ୍ତୀ ସମୟରେ ସେମାନଙ୍କ ଜୀବନସାଥୀ କିପରି ସେମାନଙ୍କ ଠାରୁ ପ୍ରେମରୁ ଦୂରେଇ ଯାଆନ୍ତି, ଏହି ଚଳଚ୍ଚିତ୍ରରେ ତାହା ଦେଖା ଯାଇଛି । ଏହିଭଳି ଶାୟାରା ପରେ ଜଣେ ବ୍ୟକ୍ତିଙ୍କୁ ଭେଟିଥାଏ ଓ ଦୁହିଁଙ୍କ ଭିତରେ ପୁଣି ଥରେ ପ୍ରେମ ହୋଇଥାଏ ଏବଂ ତାଙ୍କ ଜୀବନ ଆଗକୁ ବଢେ ।
କେଟ୍ ଶର୍ମା ଏ ଷ୍ଟୋରି ବହୁତ ପସନ୍ଦ ଆସିଥିଲା । ତେବେ ଆଶା ରଖିବା କେଟ୍ ଶର୍ମା ଓ ଆଶମିତ୍ ପଟେଲ ଙ୍କ ଏହି ନୂଆ ପ୍ରୋଜେକ୍ଟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁ ।