ଦୀର୍ଘ 9 ବର୍ଷ ପରେ ପୁଣିଥରେ ପରଦାକୁ ଫେରିବେ ବଲିଉଡ୍ ର ନମ୍ବର1 ସିଙ୍ଗର ୟୋ ୟୋ ହନି ସିଂହ ଏବଂ ଅଭିନେତ୍ରୀ ସୋନାକ୍ଷୀ l 2014ରେ ଆସିଥିବା ଆଲବମ ‘ଦେଶୀ କଲାକାର୍’ ଗୀତକୁ ଲୋକେ ଖୁବ୍ ପସନ୍ଦ କରିଥିଲେ l ଗୀତ ଟି ରିଲିଜ ହେବା ପରେ ଚାରିଆଡ଼େ ଭାଇରାଲ ହୋଇ ଯାଇଥିଲା l ଏତେ ବର୍ଷ ପରେ ମଧ୍ୟ ଏହି ଗୀତ ଟି ର କ୍ରେଜ ଲୋକଙ୍କର ମଧ୍ୟରେ ଏବେ ବି ଦେଖାଯାଉଛି l ତେବେ ସମସ୍ତ ହନି ସିଂହ ଫ୍ୟାନ୍ସଙ୍କ ପାଇଁ ଆସିଯାଇଛି ଏକ ଖୁସି ଖବର l ଖୁବ ଜଲଦି ଆସିବାକୁ ଯାଉଛି ସେହି ଆଲ୍ବମର ୨ୟ ଭାଗ l ନିକଟରେ ଏହାର ଟିଜର୍ ଜାରି ହୋଇଛି । ଏବେ ପର୍ଯ୍ୟନ୍ତ ଟିଜର ଟିକୁ 25 ମିଲିଅନ ଭିୟୁଜ ମିଳିସାରିଛି l ‘ଦେଶୀ କଲାକାର୍’ ଗୀତର କାହାଣୀ ଶେଷରେ ହନି ସିଂହଙ୍କୁ ପୁଲିସ ଧରି ନେଇଥିଲା । ଟେକ୍ସାସ୍ର ହୁଡ୍ କାଉଣ୍ଟି ଜେଲ୍ରୁ ଗୀତର ୨ୟ ଭାଗ ଆରମ୍ଭ ହୋଇଛି । ଭିଡ଼ିଓ ଟିରେ ହନି ସିଂହ ଗୋଟିଏ ଜେଲ୍ ରୁ ରିହା ହେବାର ଦେଖା ଯାଇଛି l ଜଣେ ଅଫିସର ତାଙ୍କୁ ହାତକଡ଼ି ପକାଇ ନେଉଛନ୍ତି । ୯ ବର୍ଷର ଜେଲ ଦଣ୍ଡ ପରେ ହନି ସିଂହ ନିଜ ବନ୍ଧୁଙ୍କୁ ଭେଟିଛନ୍ତି । ବନ୍ଧୁଙ୍କୁ ଭେଟିବା ପରେ ସେ ତାଙ୍କ ଗାର୍ଲ ଫ୍ରେଣ୍ଡ ଅର୍ଥାତ ସୋନାକ୍ଷୀ କଥା ପଚାରିବାରୁ ତାଙ୍କ ବନ୍ଧୁ କହିଥିଲେ ଯେ ସୋନାକ୍ଷୀର ଅନ୍ୟ କାହା ସହ ବିବାହ ହୋଇ ଯାଇଛି l ଏହାପରେ ଦୁହେଁ ସୋନାକ୍ଷୀଙ୍କୁ ଫେରାଇ ଆଣିବା ପାଇଁ ଯାଇଛନ୍ତି l
ଟିଜର ର ଶେଷରେ ସୋନାକ୍ଷୀ ହନି ସିଂହଙ୍କ ମଥାରେ ବନ୍ଧୁକ ଲଗାଇବାର ଦେଖାଯାଇଛି । ତେବେ ସୋନାକ୍ଷୀଙ୍କ ଆଣିବାକୁ ଯିବା ଭିତରେ କଣ କଣ ରହିଛି ତାହା ଦେଖିବା ରୋମାଞ୍ଚକ ହେବ l ଏହି ଗୀତ ଟି କେବେ ରିଲିଜ ହେବ ତାହାର ତାରିଖ ଘୋଷଣା କରାଯାଇ ନାହିଁ l ଟିଜର ଟିକୁ ଦେଖିବା ପରେ ଦର୍ଶକମାନେ ଉତ୍ସାହର ସହ ଗୀତ କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି l