ବ୍ୟୁରୋ ରିପୋର୍ଟ:ଖବର ଓଡିଶା:17/12/2022:
ବକ୍ସ ଅଫିସରେ ରେକର୍ଡ କଲା `ଅବତାର ଦ ୱେ ଅଫ ୱାଟର’ | ବହୁ ପ୍ରତିକ୍ଷୀତ ଫିଲ୍ମ ହଲିଉଡ଼ `ଅବତାର ଦ ୱେ ଅଫ ୱାଟର’ ଶୁକ୍ରବାର ରିଲିଜ ହୋଇଛି। ମୂଳ ଫିଲ୍ମ ଅବତାର ଦ ୱେ ଅଫ ୱାଟର ର ପାର୍ଟ -୨ ଫିଲ୍ମ ଦେଖିବାକୁ ଗତ ୧୩ବର୍ଷ ଅପେକ୍ଷା କରିଥିଲେ ଦର୍ଶକ। ଆଉ ଶେଷରେ ସେହି ମୂହୁର୍ତ୍ତ ଆସି ପହଞ୍ଚିଯାଇଛି। ରିଲିଜ ହେବାର ପ୍ରଥମ ଦିନରେ ସିନେମା ହଲରେ ଫ୍ୟାନମାନଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା। ରିଲିଜ ପୂର୍ବରୁ ହିଁ ଏହି ଫିଲ୍ମ ଟି ଆଶା ରୁ ଅନେକ ସଫଳତା କରିବା ବୋଲି ବେଶ ଚର୍ଚ୍ଚା ଥିଲା | ଇତିମଧ୍ୟରେ ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ ଏହି ଫିଲ୍ମଟି ବକ୍ସ ଅଫିସରେ ପ୍ରଥମ ଦିନରେ ହିଁ ୪୦କୋଟି ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଅବତାର ଅବତାର ଦ ୱେ ଅଫ ୱାଟର ପ୍ରଥମ ଦିନରେ ରେକର୍ଡ ସଂଖ୍ୟକ ଆୟ କରି ହଲିଉଡର ବହୁ ଫିଲ୍ମକୁ ପଛରେ ପକାଇଛି। ସ୍ପାଇଡର ମ୍ୟାନ, ନୋ ୱେ ହୋମ ଏବଂ ଆଭେଞ୍ଜର୍ସ ଭଳି ଫିଲ୍ମକୁ ପଛରେ ପକାଇଛି। ରିପୋର୍ଟ ଅନୁଯାୟୀ, ସ୍ବାଇଡରମ୍ୟାନ ପ୍ରଥମ ଦିନରେ ୩୨ କୋଟି ଆୟ କରିଥିବାବେଳେ ଆଭେଞ୍ଜର୍ସ ୩୧ କୋଟି ଆୟ କରିଥିଲା ଏହାକୁ ବର୍ତ୍ତମାନ ଏହାକୁ ଟପିଛି ଅବତାର ଦ ୱେ ଅଫ ୱାଟର ର ଆୟ |