ବକ୍ସ ଅଫିସ୍ ରେ ରାଜ୍ କରୁଛି ଜାହ୍ନଭି କପୁର ଓ ରାଜ କୁମାରଙ୍କ ‘ରୁହି’
Khabar Odisha:Jahnavi-Kapoor-and-Raj-Kumars-Ruhi-reigns-at-the-box-office

ମୁମ୍ବାଇ, ମାର୍ଚ୍ଚ ୧୩ (ଖବର ଓଡ଼ିଶା): ଗୁରୁବାର ରିଲିଜ୍ ହୋଇଥିବା ବଲିଉଡ୍ ର ବହୁ ପ୍ରତିକ୍ଷିତ ଫିଲ୍ମ ‘ରୁହି’ ଏବେ ବକ୍ସ ଅଫିସରେ ରାଜ୍ କରୁଛି । ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରୁ ହିଁ ଆଶା ଅପେକ୍ଷା ଅଧିକ କଲେକ୍ସନ୍ କରୁଛି । କ୍ରମାଗତ ଭାବରେ ଦ୍ୱିତୀୟ ଦିନରେ ବି ବକ୍ସ ଅଫିସରେ ଜାହ୍ନଭି କପୁର ଓ ରାଜକୁମାର ରାଓଙ୍କ ଜଲୱା ଦେଖିବାକୁ ମିଳିଛି ।

କରୋନା ପରେ ଚଳିତ ବର୍ଷ ଆରମ୍ଭରୁ ସିନେମା ହଲ୍ ଗୁଡିକ ଖୋଲିବା ପାଇଁ ଅନୁମତି ମିଳିବା ପରେ ବର୍ଷ ୨୦୨୧ ର ପ୍ରଥମ ବଡ ହିନ୍ଦୀ ସିମେନା ହୋଇଥିବାରୁ ‘ରୁହି’ ପାଇଁ ଲୋକଙ୍କ ବେଶ୍ ଉତ୍କଣ୍ଠା ରହିଥିଲା । ଆଉ ଲୋକଙ୍କ ସେହି ଉତ୍କଣ୍ଡା କୁ ନେଇ ବାଜି ମାରିଛି ରୁହି ।

ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ରୁହି ଟେନେଣ୍ଟ ଓ ୱଣ୍ଡର ୱମେନ୍ ୮୪ ଭଳି ବଡ ଫିଲ୍ମ କୁ ପଛରେ ପକାଇଦେଇଛି । ପ୍ରଥମ ଦିନରେ ରୁହି ୩.୦୬ କୋଟି ଟଭ୍‌କାର କଲେକ୍ସନ କରିଥିବା ବେଳେ ଦ୍ୱିତୀୟ ଦିନରେ ୨.୨୫ କୋଟି ଟଙ୍କାର କଲେକ୍ସନ କରିଛି ଏବଂ ଏପର୍ଯ୍ୟନ୍ତ ମୋଟ୍ ୫.୩୧ କୋଟି ଟଙ୍କା କଲେକ୍ସନ କରିଥିବା ଜାହ୍ନଭି କପୁରଙ୍କ ଏହି ଫିଲ୍ମ ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ସିନେପ୍ରେମୀ ମାନେ ଆଶାବାଦୀ ରହିଛନ୍ତି ।

  • Tags:

Subscribe

National International State Sports Entertainment