ଦର୍ଶକଙ୍କୁ ଝୁମେଇବାକୁ "ପାନୀ ପାନୀ" ଗୀତରେ ପୁଣି ଏକାଠି ହେଲେ ଜ୍ୟାକଲିନ୍ ଏବଂ ବାଦଶାହ
Khabar Odisha:Jacqueline-Fernandez-reunites-with-Badshah-for-new-song-Paani-Paani

ମୁମ୍ବାଇ, ଜୁନ୍ 9(ଖବର ଓଡ଼ିଶା): ଆଜି ମୁକ୍ତିଲାଭ କରିଛି ଅଭିନେତା ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ଗାୟକ ବାଦଶାହ ଏବଂ ଆସ୍ତା ଗିଲଙ୍କ ଏକ ନୂତନ ଗୀତ ଯାହାର ଶୀର୍ଷକ ରହିଛି "ପାନି ପାନିରେ"। ଏହି ଗିତଟିକୁ ବାଦଶାହ ଲେଖିଛନ୍ତି ଏବଂ ସଂଗୀତ ଦେଇଥିବା ବେଳେ ଉଭୟ ବାଦଶାହ ଏବଂ ଆସ୍ତା ସ୍ବର ପ୍ର କରିଛନ୍ତି। ଏହି ମ୍ୟୁଜିକ୍ ଭିଡିଓ ରାଜସ୍ଥାନର ଜୈସଲମେରରେ ସୁଟ୍ ହୋଇଛି। ରାଜସ୍ଥାନୀ ରାୱାନହାଟା (ବାଦ୍ୟଯନ୍ତ୍ର) ଏବଂ କଲବେଲିଆ ଲୋକ ନୃତ୍ୟ ଏଥିରେ ସ୍ଥାନ ପାଇଛି।

ଭିଡିଓରେ ଜ୍ୟାକଲିନ ପାରମ୍ପାରିକ ରାଜସ୍ଥାନୀ ପୋଷାକ ପିନ୍ଧିଥିବା ଅଳଙ୍କାର ସହିତ ନଜର ଆସିଛନ୍ତି। ତେବେ ଏହି ଗୀତରେ ଜ୍ୟାକଲିନ୍ ଏବଂ ବାଦଶାହାଙ୍କ ମଧ୍ୟରେ ପୁଣିଥରେ ଜଲ୍ବା ଦେଖିବାକୁ ମିଳିଛି।

ତେବେ ଗତକାଲି ଇନଷ୍ଟାଗ୍ରାମରେ ବାଦଶାହ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, "PAANI PAANI ଆସନ୍ତାକାଲି ତୁମ ପାଇଁ ବାହାରକୁ ଆସିବ! ଆମେ ଏଥିପାଇଁ ପ୍ରକୃତରେ କଠିନ ପରିଶ୍ରମ କରିଛୁ। ପୂର୍ବରୁ ଯାହା କରାଯାଇଥିଲା ତାହାଠାରୁ ସର୍ବଦା ଭିନ୍ନ । ଏହାକୁ ପରବର୍ତ୍ତୀ ସ୍ତରକୁ ନେବାପାଇଁ ସେ ଦର୍ଶକ ମାନଙ୍କୁ କହିଥିଲେ।

  • Tags:

Subscribe

National International State Sports Entertainment