'ସ୍ପାଇଡର୍-ମ୍ୟାନ୍: ଦି ସ୍ପାଇଡର୍-ଭର୍ସ'ରେ ଭଏସ ଦେବେ କ୍ରିକେଟର ଶୁବମନ ଗିଲ
Khabar Odisha:Indian-cricketer-Shubman-Gill-has-become-the-first-sports-personality-to-lend-his-voice
ଖବର ଓଡିଶା : 13/05/2023:

ଆନିମେସନ୍ ଫିଲ୍ମ 'ସ୍ପାଇଡର୍-ମ୍ୟାନ୍: ଦି ସ୍ପାଇଡର୍-ଭର୍ସ' ସବୁବେଳେ ଚର୍ଚ୍ଚାରେ ରହିଯାଇଛି । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଏହି ଚଳଚ୍ଚିତ୍ର ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ୨୦୨୧ ମସିହାରେ ଆସିଥିବା 'ସ୍ପାଇଡର୍-ମ୍ୟାନ୍: ନୋ ୱେ ହୋମ୍' ସୁପରହିଟ୍ ହେବା ସହ ଏହି ଚଳଚ୍ଚିତ୍ର ବିଶ୍ଵରେ ଧମାଲ କରିଥିଲା। ଯାହା ପରେ ପ୍ରଶଂସକମାନେ ସ୍ପାଇଡର୍-ମ୍ୟାନ୍ ୟୁନିଭର୍ସର ସିକ୍ଵେଲକୁ ଅପେକ୍ଷା କରି ରହିଛନ୍ତି । 

ଚଳଚ୍ଚିତ୍ର 'ସ୍ପାଇଡର୍-ମ୍ୟାନ୍: ଓଭର ଦି ସ୍ପାଇଡର୍-ଭର୍ସ' ରେ ଏଥର ଆମେ ପବିତ୍ର ପ୍ରଭାକର ନାମକ ଜଣେ ଭାରତୀୟ ସ୍ପାଇଡର୍-ମ୍ୟାନ୍‌ଙ୍କୁ ଦେଖିବାକୁ ଯାଉଛୁ। ଏହି ସମୟରେ, ଫିଲ୍ମ ବିଷୟରେ କିଛିଦିନ ହେବ ଏକ ବଡ ଅପଡେଟ୍ ଆସିଛି । ଯାହା ଶୁଣିବାକୁ ମିଳୁଛି କେବଳ ଚଳଚ୍ଚିତ୍ର ପ୍ରେମୀ ନୁହଁନ୍ତି କ୍ରିକେଟ୍ ପ୍ରେମୀମାନେ ମଧ୍ୟ ଖୁସି ହେବେ । ଲୋକପ୍ରିୟ ଭାରତୀୟ କ୍ରିକେଟର ଶୁବମନ ଗିଲଙ୍କ ନାମ ବର୍ତ୍ତମାନ 'ସ୍ପାଇଡର୍-ମ୍ୟାନ୍: ଦି ସ୍ପାଇଡର୍-ଭର୍ସ'ରେ ଯୋଡି ହୋଇଛି ।

କ୍ରିକେଟ ଗ୍ରାଉଣ୍ଡରେ ନିଜର ବ୍ୟାଟିଂର ଦକ୍ଷତା ପ୍ରଦର୍ଶନ କରିବା ପରେ ବର୍ତ୍ତମାନ ଶୁବମନ ଗିଲ ସୁପରହିଟ୍ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ବାସ୍ତବରେ, ଶୁବମନ ଆନିମେସନ୍ ଫିଲ୍ମ ସ୍ପାଇଡର୍-ମ୍ୟାନ୍ ର ଦେଶୀ ଭର୍ସନରେ ଭଏସ୍‌ ଦେବେ। କ୍ରିକେଟର ଶୁବମନ ଗିଲ ଏହି ଚଳଚ୍ଚିତ୍ରର ହିନ୍ଦୀ ଏବଂ ପଞ୍ଜାବୀ ଭର୍ସ ପାଇଁ ଭଏସ ଦେବାକୁ ପ୍ରସ୍ତୁତ। ଏହା ସହିତ ଶୁବମନ ହେଉଛନ୍ତି ପ୍ରଥମ ଖେଳାଳି ଯିଏ କି  କୌଣସି ଚଳଚ୍ଚିତ୍ର ପାଇଁ ନିଜର ସ୍ୱର ଦେବେ । ତାଙ୍କ ଖେଳ ବ୍ୟତୀତ ଶୁବମାନ ବର୍ତ୍ତମାନ ସ୍ପାଇଡର୍-ମ୍ୟାନ୍ଙ୍କ ଭଏସ ହୋଇ ସାରା ବିଶ୍ଵରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ଅଛନ୍ତି। ସ୍ପାଇଡର୍-ମ୍ୟାନ୍: ସ୍ପାଇଡର୍-ଭର୍ସ ଜୁନ୍ ୨ରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରକାଶ। 

Subscribe

National International State Sports Entertainment