୩୯ ବର୍ଷ ବୟସରେ ପାଦ ଦେଲେ ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା
Khabar Odisha:Happy-Birthday-Priyanka-Chopra

ମୁମ୍ବାଇ, ଜୁଲାଇ ୧୮ (ଖବର ଓଡ଼ିଶା): ବଲିଉଡ୍ ର ଦେଶୀ ଗାର୍ଲ ତଥା ଗ୍ଲୋବାଲ ଆଇକନ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି ୩୯ ବର୍ଷ ବୟସରେ ପାଦ ଦେଇଛନ୍ତି । ବଲିଉଡ୍ ରୁ ନେଇ ହଲିଉଡ୍ ପର୍ଯ୍ୟନ୍ତ ସବୁ ଯାଗାରେ ନିଜକୁ ସାବ୍ୟସ୍ତ କରିସାରିଛନ୍ତି ପ୍ରୀୟଙ୍କା । 

୧୯୮୨ ମସିହାରେ ଜାମସେଦପୁର ଠାରେ ଜନ୍ମ ଗ୍ରହଣ କରିଥିଲେ ପ୍ରୀୟଙ୍କା । ଏହାପରେ ଏରୋନେଟିକ୍ ଇଞ୍ଜିନିୟରିଂ ପଢୁ ପଢୁ ମଡେଲିଂ ଦୁନିଆରେ ପାଦ ଦେଇ ଭାରତ ପାଇଁ ଗୌରବ ସାଜିଥିଲେ ୨୦୦୦ ମସିହାରେ ମିସ୍ ୱାର୍ଲ୍ଡ ହୋଇ।

୨୦୦୩ ମସିହାରେ ବଲିଉଡ୍ ରେ ଦ ହିରୋ ଫିଲ୍ମରୁ ଡେବ୍ୟୁ କରିଥିଲେ ପ୍ରୀୟଙ୍କା । ଏହା ପରେ ଗୋଟିଏ ପରେ ଗୋଟିଏ ସଫଳତାର ସିଢି ଚଢି ଚାଲିଛନ୍ତି ଦେଶୀ ଗାର୍ଲ । ମୁଝସେ ସାଦି କରୋଗେ, ଦୋସ୍ତାନା, ବାଜିରାଓ ମସ୍ତାନି, ମେରି କମ୍‌, ବରଫି, ଦିଲ ଧଡକନେ ଦୋ ଭଳି ସିନେମାରେ ପ୍ରୀୟଙ୍କାଙ୍କ ଅଭିନୟ ତାଙ୍କୁ ଆହୁରି ଲୋକପ୍ରୀୟ ଓ ପରିଚିତ କରାଇ ପାରିଛି ।

୨୦୧୬ରେ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ପ୍ରୀୟଙ୍କା ଚୋପ୍ରା । ପ୍ରୀୟଙ୍କା ୫ ଟି ଫିଲ୍ମ ଫେୟାର ଆୱାର୍ଡ ହାସଲ କରିଥିବା ବେଳେ ଦୁଇ ଦୁଇଟି ଜାତୀୟ ଚଳଚିତ୍ର ଆୱାର୍ଡ ମଧ୍ୟ ପାଇଛନ୍ତି ।

ଆଜି ତାଙ୍କ ଜନ୍ମଦିନରେ ବଲିଉଡ୍ ର ବହୁ ବଡ଼ ବଡ଼ କଳାକାର ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ପ୍ରୀୟଙ୍କାଙ୍କ ଅସଂଖ୍ୟା ଫ୍ରାନ୍ସ ମାନେ ମଧ୍ୟ ତାଙ୍କୁ ତାଙ୍କ ଜନ୍ମ ଦିନରେ ବେଷ୍ଟ ୱିସେସ୍ ଜଣାଇଛନ୍ତି ।

  • Tags:

Subscribe

National International State Sports Entertainment