ଆଜି ହେଉଛି ବଲିଉଡ୍ ର ଚୁଲବୁଲି ନାୟିକା ଜୁହି ଚାୱଲାଙ୍କର ଜନ୍ମଦିନ । ଜୁହି ଚାୱଲା 13 ନଭେମ୍ବର 1967 ରେ ପଞ୍ଜାବର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ । ଜୁହିଙ୍କ ପିତା ହେଉଛନ୍ତି ପଞ୍ଜାବୀ ଏବଂ ମାତା ଗୁଜୁରାତି । ତାଙ୍କ ପିତା ଜଣେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଥିଲେ। ସେ ମୁମ୍ବାଇର ଫୋର୍ଟ କନଭେଣ୍ଟ ସ୍କୁଲରୁ ପାଠପଢ଼ା ସମାପ୍ତ କରିଥିଲେ ଏବଂ ମୁମ୍ବାଇର ସାଇଡେନହମ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।
ଜୁହି 1984ରେ ମିସ୍ ଇଣ୍ଡିଆର ବିଜୟ ମୁକୁଟକୁ ନିଜ ନାମରେ କରିଥିଲେ । ଏହାପରେ ଜୁହି 1986 ମସିହାରେ ସଲତନତ ଚଳଚ୍ଚିତ୍ର ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ହେଲେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ ହୋଇଥିଲା । 1987 ପରେ ଜୁହି କନ୍ନଡ ସିନେମା ଚଳଚ୍ଚିତ୍ର 'ପ୍ରେମଲୋକ'ରୁ ଆରମ୍ଭ କରିଥିଲେ । ଯାହା ବକ୍ସ ଅଫିସରେ ସଫଳ ହୋଇଥିଲା ଏବଂ ଜୁହିଙ୍କୁ ଏକ ନୂଆ ପରିଚୟ ମଧ୍ୟ ଦେଇଥିଲା । ଏହା ପରେ, ଜୁହି 1988 ମସିହାରେ 'କୟାମତ ସେ କୟାମତ ତକ' ଫିଲ୍ମରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଜୁହି ଏବଂ ଆମୀର ଖାନ ସାଥିରେ ବଡ ପରଦାରେ ନଜର ଆସିଥିଲେ । ଏହାସହ ଫିଲ୍ମଟି ବକ୍ସ ଅଫିସ୍ ରେ ଏକ ବଡ଼ ହିଟ୍ ବୋଲି ପ୍ରମାଣିତ ହୋଇଥିଲା ଏବଂ ଏହା ପରେ ଜୁହି ଆଉ ପଛକୁ ଚାହିଁ ନଥିଲେ ।
ଏହାପରେ ଜୁହିଙ୍କୁ ଫିଲ୍ମ 'ଡ଼ର','ଇସ୍କ','ଏସ ବସ','ରାମ ଜନେ','ଭୁତନାଥ','ଗୁଲାବ ଗ୍ୟାଙ୍ଗ','ଦିଲ ୱିଲ ପ୍ୟାର-ବ୍ୟାର' ଆଦି ଫିଲ୍ମରେ ତାଙ୍କୁ ଦେଖା ଯାଇଥିଲା । ଜୁହି ଚାୱଲା ତାଙ୍କ ଅଭିନୟ କ୍ୟାରିୟରରେ ଦୁଇଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି । ଚାୱଲା ହିନ୍ଦୀ ଭାଷା ଚଳଚ୍ଚିତ୍ରରେ ମୁଖ୍ୟତ ବଙ୍ଗାଳୀ, ପଞ୍ଜାବୀ, ମାଲାୟାଲମ୍, ତାମିଲ, କନ୍ନଡ ଏବଂ ତେଲୁଗୁ ଭାଷା ଚଳଚ୍ଚିତ୍ର ବ୍ୟତୀତ କାମ କରିଛନ୍ତି। ଜୁହି ଚାୱଲା 80-90 ଦଶକର ମଧ୍ୟଭାଗର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ।