ବଲିଉଡରୁ ରାଜନୀତି ଏତେ ସହଜ ନଥିଲା । ସହଜ ତ ତଙ୍କ ପାଇଁ ବଲିଉଡ ବି ନଥିଲା କିନ୍ତୁ ତାଙ୍କର ସଂଘର୍ଷ ବଳରେ ସେ ଆଜି ଏତେ ଉପରକୁ ଉଠି ପାରିଛନ୍ତି । ସେ ଏବେ ରାଜନୈତିକ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ହିମାଞ୍ଚଳ ପ୍ରଦେଶର ମଣ୍ତି ଆସନରୁ ବିଜୟ ଲାଭ କରିଛନ୍ତି କଙ୍ଗନା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ବିରଭଦ୍ର ସିଂହ ଏବଂ ବର୍ତ୍ତମାନର ସାଂସଦ ବିକ୍ରମାଦିତ୍ୟ ସିଂହକୁ ମାତ୍ ଦେଇଛନ୍ତି କଙ୍ଗନା।
ତେବେ କଙ୍ଗନାଙ୍କ ବିଜୟ ପାଇଁ ତାଙ୍କୁ ସବୁ ଦିଗରୁ ପ୍ରଶଂସାର ସୁଅ ଛୁଟୁଛି । ଅନୁପମ ଖେର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ପୋଷ୍ଟ କରି ଲେଖିଛନ୍ତି 'ପ୍ରିୟ କଙ୍ଗନା, ଏ ବୃହତ୍ତ ବିଜୟ ପାଇଁ ଅଭିନନ୍ଦନ। ତୁମେ ଜଣେ ରକଷ୍ଟାର। ତୁମ ଯାତ୍ରା ଖୁବ୍ ପ୍ରେରଣାଦାୟକ। ତୁମ ପାଇଁ ଓ ମଣ୍ଡି ଏବଂ ହିମାଚଳ ପ୍ରଦେଶର ଲୋକଙ୍କ ପାଇଁ ମୁଁ ବହୁତ ଖୁସି। ତୁମେ ବାରମ୍ବାର ପ୍ରମାଣ କରି ଦେକାଇଛ ଯେ, ଯଦି ଧ୍ୟାନର ସହ କଠିନ ପରିଶ୍ରମ କରାଯାଏ, ତେବେ କିଛି ବି ସମ୍ଭବ।'