ଅଗଷ୍ଟ ୧୫ ହେବାକୁ ଯାଉଛି ଫିଲ୍ମ ଜଗତରେ ଘମାସାନ ଲଢେଇ । ମନୋରଞ୍ଜନ ଜଗତରେ ହେବାକୁ ଯାଉଛି ଗୋଟିଏ ବିଶେଷ ଦିନ ।
ତେବେ ଅଗଷ୍ଟ ୧୫ରେ ରିଲଜ ହେବାକୁ ଥିଲା ‘ସିଙ୍ଘମ୍ ଏଗେନ୍’ ଏବଂ ‘ପୁଷ୍ପା୨’ ସେମାନେ ନିଜର ରିଲଜର ତାରିଖକୁ ଘୁଞ୍ଚାଇଛନ୍ତି । ଏହା ପରେ, ପୁଣି ଥରେ ଏହି ତାରିଖକୁ କ୍ୟାପଚର କରିବାର ରେସ୍ ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତା ସାଉଥ୍ ଏବଂ ବଲିଉଡ ମଧ୍ୟରେ ହେବାକୁ ଯାଉଛି। ବଲିଉଡରେ ଏହି ଦିନ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ହରର୍-କମେଡି ଫିଲ୍ମ ‘ସ୍ତ୍ରୀ ୨’ ରିଲିଜ କରିବାକୁ ଘୋଷଣା କରିଛି। ସେହିପରି ଜନ୍ ଆବ୍ରାହମ୍ଙ୍କ ଆକ୍ସନ୍ ଫିଲ୍ମ ‘ବେଦା’ ମଧ୍ୟ ଅଗଷ୍ଟ ୧୫ରେ ରିଲିଜ୍ ହେବା ନେଇ ପକ୍କା ହୋଇଛି।
ତେବେ ସବୁଠାରୁ ବଡ କଥା ହେଉଛି ତାମିଲ ଫିଲ୍ମ ‘ଥଙ୍ଗଲାନ୍’ ମଧ୍ୟ ଅଗଷ୍ଟ ୧୫ରେ ରିଲିଜ ହେବାକୁ ଘୋଷଣା କରାଯାଇଛି। ସେହି ଦିନ ପୁଣି ରାମ ପୋଥେନେନିଙ୍କ ଆକ୍ସନ୍ ଫିଲ୍ମ ‘ଡବଲ୍ ଇସ୍ମାର୍ଟ’ ମଧ୍ୟ ରିଲିଜ୍ ହେଉଛି।
ଏହି ଦିନ ବଲିଉଡ୍ ଏବଂ ସାଉଥ୍ ମଧ୍ୟରେ ସଂଘର୍ଷ ହେବାକୁ ଯାଉଛି। ତେବେ ତିନୋଟି ବଲିଉଡ୍ ଫିଲ୍ମ ମଧ୍ୟ ପରସ୍ପର ସହ ଜଡିତ ଥିବା ଜଣାପଡିଛି। ଅକ୍ଷୟ କୁମାର ଏବଂ ଜନ୍ ଆବ୍ରାହମ୍ଙ୍କୁ ଏକ ହିଟ୍ର ଆବଶ୍ୟକତା ରହିଛି। ଜନ୍ଙ୍କ ‘ବେଦା’ ଏକ ଆକ୍ସନ୍ ଫିଲ୍ମ ହୋଇଥିବା ବେଳେ ଅକ୍ଷୟ କୁମାରଙ୍କ ‘ଖେଲ୍ ଖେଲ୍ ମେ’ ହେଉଛି ପରଫେକ୍ଟ ଷ୍ଟ୍ରେଞ୍ଜରର ରିମେକ୍। ସେହିପରି ସାଉଥ୍ର ‘ଥଙ୍ଗ୍ଲାନ୍’ ଏବଂ ‘ଡବଲ୍ ଇସ୍ମାର୍ଟ’ ପ୍ୟାନ୍ ଇଣ୍ଡିଆ ରିଲିଜ୍ ହେଉଥିବାବେଳେ ହରର୍ କମେଡି ‘ସ୍ତ୍ରୀ ୨’ର ଟ୍ରେଲର ପୂର୍ବରୁ ଚର୍ଚ୍ଚାରେ ରହିଆସିଛି। ତେଣୁକରି ଦେଖିବାକୁ ବାକି ରହିଲା କେଉଁ ଫିଲ୍ମଟି ପ୍ରଥମେ ବାଜି ମାରୁଛି ।