ରାଜ ତରୁଣ ଏବେ ଅଡୁଆରେ । ସେ ଏକାଧିକ ହିଟ୍ ଚଳଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ବିରୋଧରେ ଏବେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ବାନ୍ଧବୀ ଲାବନ୍ୟା। ବିଶ୍ବାସଘାତକତା ଓ ଠକେଇ ଶିକାର ହେବାକଥା ପୋଲିସ ସମ୍ମୁଖରେ ଅଭିଯୋଗ କରିଛନ୍ତି ଲାବନ୍ୟା ।
ଲାବନ୍ୟା ଅଭିଯୋଗ କରିଛନ୍ତି ଯେ ୧୦ ବର୍ଷରୁ ଅଧିକ ଦିନ ସେମାନେ ଏକାଠି ରହୁଥିଲେ ହେଁ ରାଜ ତରୁଣ ସବୁବେଳେ ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରୁ ନଥିଲେ। ମୁମ୍ବାଇରେ ଥିବା ଜଣେ ଅଭିନେତାଙ୍କ ସହ ଲାବନ୍ୟାଙ୍କ ସମ୍ପର୍କ ଥିବା ସନ୍ଦେହ କରି ତୁରଣ ତାଙ୍କ ଠାରୁ ଦୂରେଇ ଯାଇଥିଲେ।
ଲାବନ୍ୟା କହିଛନ୍ତି ଯେ ତୁରଣ ଓ ସେ ଗୁପ୍ତ ଭାବେ ଗୋଟିଏ ମନ୍ଦିରରେ ବିବାହ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଆଇନଗତ ଉପାୟରେ ତୁରଣ ତାଙ୍କୁ ନିଜର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ୩ ମାସରେ ପରେ ସେ ତାଙ୍କୁ ଛାଡ଼ି ପଳାଇଥିଲେ। ତରୁଣ ତାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ଓ ଆଗାମୀ ପ୍ରୋଜେକ୍ଟର ଜଣେ ଅଭିନେତ୍ରୀଙ୍କ ସହ ସେ ସମ୍ପର୍କ ରଖିଥିବା ଲାବନ୍ୟା ଅଭିଯୋଗ କରିଛନ୍ତି।
ତେବେ ଲାବନ୍ୟାଙ୍କ ସମସ୍ତ ଅଭିଯୋଗକୁ ତରୁଣ ଖଣ୍ଡନ କରିଛନ୍ତି। ସେ ସମସ୍ତ ଅଭିଯୋଗକୁ ଆଶ୍ଚର୍ଯ୍ୟଜନକ ଓ ଭିତ୍ତିହୀନ କହିଛନ୍ତି। ତୁରଣ କହିଛନ୍ତି, ଆମେ ୧୦ ବର୍ଷ ହେଲା ଏକାଠି ଥିଲୁ। କିନ୍ତୁ ନିକଟରେ ପରସ୍ପର ବୁଝାମଣାରେ ଅଲଗା ହୋଇଛୁ। ମୁଁ କେବେ ହେଲେ ତାଙ୍କୁ ଠକି ନାହିଁ। ଆମେ କେବେ ହେଲେ ଗୁପ୍ତ ଭାବେ ବିବାହ କରିନାହୁଁ। ସେ ମିଛ କହି ସମସ୍ତଙ୍କୁ ବିଭ୍ରାନ୍ତ କାରୁଛନ୍ତି।”