କ୍ଷମା ମାଗିଲେ ବିବେକ ଓବରାୟ, ଟ୍ୱିଟରରୁ ବିବାଦୀୟ ମିମ କଲେ ଡିଲିଟ
Khabar Odisha:Entertainment-Odisha-Actor-vivek-oberoi-apologies-for-sharing-controversial-meme-on-aishwarya-rai-bachchan
ଭୁବନେଶ୍ୱର, ମେ ୨୧(ଖବର ଓଡ଼ିଶା):

ଏକଜିଟ ପୋଲକୁ ନେଇ ବିବେକ ଓବରାୟ ବିବାଦ ଘେରରେ ରହିଛନ୍ତି । ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ଉପରେ ମିମ୍ ସେୟାର କରିଥିବା ଅଭିନେତା ବିବେକ ଓବରାୟ ଆଜି କ୍ଷମା ମାଗି ଚର୍ଚ୍ଚାରେ ରହିଛନ୍ତି ।

 ଅଭିନୋ ବିବେକ ଓବରାୟ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ଉପରେ ମିମ୍ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଆଜି ସେ ତାଙ୍କ କାର୍ଟୁନ ଡିଲିଟ କରିବା ସହ କ୍ଷମାପ୍ରାର୍ଥନା କରିଛନ୍ତି । ବିବେକ ଓବରାୟ ନିଜ ଟ୍ୱିଇଟ ଜରିଆରେ ଲେଖିଛନ୍ତି ଯେ , ଯାହା ଜଣକୁ ମଜାକ ଲାଗେ ତାହା ଅନ୍ୟ ଜଣଙ୍କୁ ଲାଗେନି । ଏବଂ ସେ ୨୦୦୦ ମସିହାରୁ ମହିଳାଙ୍କୁ ସମ୍ମାନ ଦେଇ ଅସହାୟଙ୍କୁ ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଛନ୍ତି । ସେ କେବେ ନାରୀକୁ ଅସମ୍ମାନ ଦେବାକୁ ଚିନ୍ତା ମଧ୍ୟ କରିପାରିବେ ନାହିଁ ।

 ଅନ୍ୟ ଏକ ଟ୍ୱିଇଟ ମାଧ୍ୟମରେ ବିବେକ ଓବରାୟ ଜଣାଇଛନ୍ତି ଯେ , ଯଦିଓ ତାଙ୍କ ମିମ୍ରେ ଦେଇଥିବା ଉତ୍ତରରେ କୈାଣସି ମହିଳାଙ୍କୁ ଖରାପ ଲାଗିଛି ତେବେ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସୋମବାର ବିବେକ ଓବରାୟ ତିନୋଟି ଫଟୋ ଥିବା ଏକ ମିମ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ। ମିମ ତିନୋଟି ଅଂଶ- ଅପିନିୟନ ପୋଲ, ଏକଜିଟ୍ ପୋଲ ଓ ରେଜଲ୍ଟରେ ବିଭକ୍ତ ହୋଇଥିଲା। ଅପିନିୟନ ପୋଲରେ ସଲମାନ ଓ ଐଶ୍ଵର‌୍ୟ୍ୟା ରାୟ ବଚ୍ଚନ ନଜର ଆସିଥିଲେ। ଏକଜିଟ୍ ପୋଲରେ ବିବେକ ଓବରାୟ  ସହିତ ନଜର ଆସିଥିଲେ ଐଶ୍ଵର‌୍ୟ୍ୟା ଏବଂ ରେଜଲ୍ଟରେ ଐଶ୍ଵର‌୍ୟ୍ୟା ଅଭିଷେକ ବଚ୍ଚନ ଓ ଆରାଧ୍ୟାଙ୍କ ସହିତ ନଜର ଆସିଥିଲେ। 

  • Tags:

Subscribe

National International State Sports Entertainment