ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନଙ୍କ ୭୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
Khabar Odisha:Entertainment-Famous-choreographer-of-hindi-movies-Saroj-khan-is-no-more-died-in-Mumbai

ନୂଆଦିଲ୍ଲୀ, ଜୁଲାଇ ୦୩ (ଖବର ଓଡ଼ିଶା): ବଲିଉଡର ବିଶିଷ୍ଟ କୋରିଓଗ୍ରାଫର ସରୋଜ ଖାନ ଆଉ ନାହାନ୍ତି । ତାଙ୍କର ଗୁରୁବାର ବିଳମ୍ବିତ ରାତି ମୁମ୍ବାଇରେ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶ୍ୱାସକ୍ରିୟା ଜନିତ ସମସ୍ୟା ଯୋଗୁଁ ସରୋଜ ଖାନଙ୍କ ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହେବା ପରେ ତାଙ୍କୁ ଗତ ଜୁନ ୨୦ରେ ବାନ୍ଦ୍ରାସ୍ଥିତ ଗୁରୁନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ତାଙ୍କର କୋଭିଡ-୧୯ ମଧ୍ୟ ଯାଞ୍ଚ କରାଯାଇଥିଲା । କିନ୍ତୁ ତାଙ୍କର ନମୁନା ରିପୋର୍ଟ ନେଗେଟିଭ ଆସିଥିଲା । 

ସରୋଜ ଖାନ ୧୯୪୮ ମସିହା ନଭେମ୍ବର ୨୨ରେ ଜନ୍ମଗ୍ରହଣ କରିଥିଲେ । ନିର୍ମଳା ନାଗପାଳ ଥିଲା ତାଙ୍କର ପ୍ରକୃତ ନାମ । ସେ ୨୦୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ସେ ପୂର୍ବର ସହଯୋଗୀ କୋରିଓଗ୍ରାଫର ଥିଲେ । କିନ୍ତୁ ୧୯୭୨ ମସିହାରେ ‘ଗୀତା ମେରା ନାମ’ରେ କୋରିଓଗ୍ରାଫର ହୋଇଥିଲେ । 

ସରୋଜ ଖାନ ୧୯୬୮ରୁ ୨୦୧୯ ମଧ୍ୟରେ ହଜାର ହଜାର ସଂଖ୍ୟାରେ ବଲିଉଡ ଫିଲ୍ମରେ କୋରିଓଗ୍ରାଫର ଭୂମିକା ତୁଲାଇଥିଲେ । ଏଥିରେ ନିମ୍ବୁଡା-ନିମ୍ବୁଡା, ଏକ ଦୋ ତିନ, ଡୋଲା ରେ ଡୋଲା, କାଟେ ନାହିଁ କଟତେ, ହବା-ହବାଇ, ନା ଜାନେ କହାଁ ସେ ଆଇ, ଦିଲ ଧକ-ଧକ କରନେ ଲଗା, ହମକୋ ଆଜକଲ ହେ ଇନ୍ତଜାର, ଚୋଲି କେ ପିଛେ ଭଳି ସୁପରହିଟ ଓ ଆଇକନିକ ଗୀତ ସାମିଲ ଅଛି । 

ସରୋଜ ଖାନ ତେଜାବ, ଖଲନାୟକ, ମିଷ୍ଟର ଇଣ୍ଡିଆ, ଚାଲବାଜ, ନଗୀନା, ଚାନ୍ଦନୀ, ହମ ଦିଲ ଦେ ଚୁକେ ସନମ, ଦେବଦାସ ଭଳି ସୁପରହିଟ ଫିଲ୍ମରେ କୋରିଓଗ୍ରାଫର ଥିଲେ । ସେ ଶେଷ ଥର ପାଇଁ ‘କଳଙ୍କ’ ପାଇଁ କୋରିଓଗ୍ରାଫି କରିଥିଲେ । ଏହି ଗୀତରେ ମାଧୁରୀ ଦୀକ୍ଷିତ ନୃତ୍ୟ କରିଥିଲେ ।

ସରୋଜ ଖାନଙ୍କୁ ୨୦୦୭ରେ ରିଲିଜ ‘ଜବ ୱି ମିଟ’ ପାଇଁ ଶ୍ରେଷ୍ଠ କୋରିଓଗ୍ରାଫର ଜାତୀୟ ଫିଲ୍ମ ପୁରସ୍କାର, ଫିଲ୍ମ ଗୁର ପାଇଁ ଫିଲ୍ମଫେୟାର ପୁରସ୍କାର, ୨୦୦୨ରେ ରିଲିଜ ଦେବଦାସ ପାଇଁ ଫିଲ୍ମ ଫେୟାର ପୁରସ୍କାର ମିିଳିଥିଲା । ସେହିପରି ସେ ଫିଲ୍ମ ‘ଲଗାନ’ ପାଇଁ ଆମେରିକୀୟ କୋରିଓଗ୍ରାଫୀ ପୁରସ୍କାର ପାଇଥିଲେ । ବଲିଉଡର ପ୍ରାୟ ସମସ୍ତ କଳାକାରଙ୍କୁ ସରୋଜ ନୃତ୍ୟ କରାଇଥିଲେ । 

ସୂଚନାଯୋଗ୍ୟ, ୨୦୨୦ ବଲିଉଡ ପାଇଁ ସବୁଠାରୁ ଖରାପ ବର୍ଷ ପ୍ରମାଣିତ ହୋଇଛି । ଜଣେ ପରେ ଜରେ ଜଣାଶୁଣା କଳାକାରଙ୍କ ପରଲୋକ ହେଉଛି । ସର୍ବପ୍ରଥମେ ଇରଫାନ ଖାନ, ଋଷି କପୁର, ସଂଗୀତ ନିର୍ଦ୍ଦେଶକ ୱାଜିଦ ଖାନ, ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ହୋଇସାରିଛି । ସରୋଜ ଖାନଙ୍କ ପରଲୋକରେ ବଲିଉଡସ୍ତବ୍ଧ ହୋଇଯାଇଛି । 

 

  • Tags:

Subscribe

National International State Sports Entertainment