କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଦେଖାଯିବ ଏହି ଭାରତୀୟ ଫିଲ୍ମ, ଆର ମାଧବନଙ୍କ ଠାରୁ ହେଲି ଶାହ ପର୍ଯ୍ୟନ୍ତ ନାମ ସାମିଲ
Khabar Odisha:Entertainment-Cannes-film-festival-2022-Indian-films-to-be-screened-at-Rocketry-the-Nambi-effect

ନୂଆଦିଲ୍ଲୀ, ମେ ୧୭ (ଖବର ଓଡ଼ିଶା): କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌-୨୦୨୨ ଫ୍ରାନ୍ସରେ ଆରମ୍ଭ ହୋଇଯାଇଛି । ଏହି ଲୋକପ୍ରିୟ ଚଳଚ୍ଚିତ୍ର ସମାରୋହରେ ଅନେକଗୁଡ଼ିଏ ବଲିଉଡ କଳାକାର ଯୋଗଦେଇଛନ୍ତି । ଏଥି ସହିତ ଦୀପିକା ପାଦୁକୋଣ ଚଳିତ ବର୍ଷ ଜୁରି ଭାବରେ ଅଂଶଗ୍ରହଣ କରୁଛନ୍ତି । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ପ୍ରକାରର ଫିଲ୍ମ ପ୍ରଦର୍ଶିତ ହୋଇଥାଏ । ଏଥିରେ ଭାରତର ଫିଲ୍ମ ମଧ୍ୟ ସାମିଲ ରହିଥାଏ । କାନ୍ସ ୨୦୨୨ରେ ମଧ୍ୟ ଭାରତୀୟ ଫିଲ୍ମ ପଦର୍ଶିତ ହେବ । 

ଆର ମାଧବନ୍‌ଙ୍କ ଫିଲ୍ମ ରକେଟରୀ-ଦ ନାମ୍ବି ଇଫେକ୍ସକୁ କାନ୍ସ-୨୦୨୨ରେ ପ୍ରଦର୍ଶିତ କରାଯିବ । ଏହି ଫିଲ୍ମ ନାମ୍ବିର ଜୀବନୀ ଉପରେ ଆଧାରିତ । ନାମ୍ବୀ ଇସ୍ରୋର ପୂର୍ବତନ ବୈଜ୍ଞାନିକ ଓ ଏରୋସ୍ପେସ ଇଂଜିନିୟର ଥିଲେ । ତାଙ୍କୁ ଏକ ଏକ ଗୁପ୍ତଚର ଦୁର୍ନୀତିରେ ଧରାଯାଇଥିଲା । ମାଧବନ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଫିଲ୍ମର ସେ ହେଉଛନ୍ତି ନିର୍ଦ୍ଦେଶକ ଓ ପ୍ରଯୋଜକ । 

ସେହିପରି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମରାଠୀ ଚଳଚ୍ଚିତ୍ର ଗୋଦାବରୀ, ହିନ୍ଦୀ ଚଳଚ୍ଚିତ୍ର ଅଲ୍‌ଫା, ବୀଟା, ଗାମା, ଆସାମୀ ଫିଲ୍ମ ବୁମ୍ବା ଆଦି ଭାରତୀୟ ଫିଲ୍ମ ପ୍ରଦର୍ଶିତ ହେବ । ଟିଭି ଅଭିନେତ୍ରୀ ହେଲୀ ଶାହ ଫିଲ୍ମ କାୟା ପଲଟ ମାଧ୍ୟମରେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଏକ ଡାର୍କ ଥ୍ରିଲର । ଏହାର କାହାଣୀ ଜମ୍ମୁ ଉପରେ ପର୍ଯ୍ୟବେସିତ । ଏହି ଫିଲ୍ମର ପୋଷ୍ଟର କାନ୍ସ-୨୦୨୨ରେ ଜାରି କରାଯିବ । 

 

  • Tags:

Subscribe

National International State Sports Entertainment