ବାଜି ମାରିଲେ ଅକ୍ଷୟ କୁମାର, ଏକମାତ୍ର ଭାରତୀୟ ହିରୋ ଭାବେ ଫୋର୍ବ୍ସର ଟପ୍ ୧୦୦ ଲିଷ୍ଟରେ ସାମିଲ
Khabar Odisha:Entertainment--odisha-forbes-highest-paid-celebrities-list-2019-shows-akshay-kumar-is-at-33rd-position-all-over-the-world-and-is-at-top-in-bollywood
ନୂଆଦିଲ୍ଲୀ, ଜୁଲାଇ ୧୧(ଖବର ଓଡିଶା) :

ଫୋର୍ବ୍ସ ପକ୍ଷରୁ ସାରା ବିଶ୍ୱରେ ଚଳିତ ବର୍ଷରେ ସର୍ବାଧିକ ରୋଜଗାର କରିଥିବା ଷ୍ଟାରମାନଙ୍କ ଲିଷ୍ଟ ଜାରିକରିଛି । ଏଥିରେ ଭାରତରୁ କେବଳ ଅକ୍ଷୟ କୁମାର ହିଁ ସ୍ଥାନ ପାଇଛନ୍ତି । ଅନ୍ୟ ପଟେ ବଲିଉଡର ସୁଲତାନ ସଲମାନ ଖାନ୍ ମଧ୍ୟ ଏହି ତାଲିକାରୁ ବାଦ୍ ପଡିଛନ୍ତି ।

୨୦୧୯ରେ ସର୍ବାଧିକ ରୋଜଗାର କରିଥିବା ବଲିଉଡ୍ ଅଭିନେତା ହେଉଛନ୍ତି ଅକ୍ଷୟ କୁମାର । ଫୋର୍ବ୍ସ ପକ୍ଷରୁ ତାଲିକା ଜାରି କରାସରିଛି, ଯେଉଁଥିରେ ଏହା  ସ୍ପଷ୍ଟ ହୋଇଯାଇଛି ଯେ, ଅକ୍ଷୟ କୁମାର ରୋଜଗାର କରିବା ମାମଲାରେ ନମ୍ୱର ୧ । ସୂଚନାଯୋଗ୍ୟ ଯେ, ଏହି ତାଲିକାରେ ଭାରତର ଅମିତାଭ ବଚ୍ଚନ, ଶାହରୁଖ ଖାନ୍, ସଲମାନ ଖାନ୍ ଓ ଅକ୍ଷୟ କୁମାର ସାମିଲ ହୋଇଥିଲେ । କିନ୍ତୁ ଚଳିତ ବର୍ଷ ପ୍ରକାଶିତ ତାଲିକାରେ କେବଳ ଅକ୍ଷୟ କୁମାର ସ୍ଥାନ ପାଇଛନ୍ତି ।୨୦୧୮ରେ ମଧ୍ୟ ଅକ୍ଷୟ କୁମାର ସମସ୍ତ ଭାରତୀୟ କଳାକାରଙ୍କୁ ପଛରେ ପକାଇ ଦେଇଥିଲେ । କିନ୍ତୁ ଗତ ବର୍ଷ ପ୍ରକାଶିତତାଲିକାରେ ଅକ୍ଷୟ କୁମାରଙ୍କ ସହ ସଲମାନ ଖାନ ମଧ୍ୟ ସାମିଲ ହୋଇଥିଲେ । କିନ୍ତୁ ୨୦୧୯ରେ ସଲମାନ ଏହି ତାଲିକାରେ ନାହାନ୍ତି । 

ଫର୍ବ୍ସ ପକ୍ଷରୁ ପ୍ରକାଶିତ ସର୍ବାଧିକ ରୋଜଗାର କରିଥିବା ଷ୍ଟାରଙ୍କ ତାଲିକାର ୩୩ ତମ ସ୍ଥାନରେ ରହିଛନ୍ତି  ଅକ୍ଷୟ କୁମାର । ଅକ୍ଷୟ କୁମାର ଚଳିତ ବର୍ଷ ୬୫ ମିଲିୟନ ଡଲାର( ପାଖାପାଖି ୪୪୫ କୋଟି ଟଙ୍କା) ରୋଜଗାର କରିଛନ୍ତି । କେବଳ ବଲିଉଡ୍ ଷ୍ଟାର ନୁହଁନ୍ତି ହଲିଉଡର ଷ୍ଟାର ରିହାନା, ଜୈକୀ ଚୈନ୍, ବ୍ରେଡଲୀ କୁପର, ସ୍କାରଲେଟ ଜନସନଙ୍କ ଭଳି ଅନେକ ଷ୍ଟାରଙ୍କୁ ପଛରେ ପକାଇ ଦେଇଛନ୍ତି । 

Subscribe

National International State Sports Entertainment