Mr.କହ୍ନେୟା ପାଇଁ ବଢିଲା ଅଡ଼ୁଆ, ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ : ମିନତୀ ବେହେରା
Khabar Odisha:Entertainment--odisha-Mr-Kanhaiya-movie-poster-Newly-appointed-Chairperson-of-State-Commission-for-Women-Minati-Behera-condemns-the-incident--urges-police-to-take-immediate-action
ଭୁବନେଶ୍ୱର, ଅଗଷ୍ଟ ୨୦(ଖବର ଓଡ଼ିଶା):

ଓଡ଼ିଆ ଫିଲ୍ମ  Mr.କହ୍ନେୟା ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ଅପକମିଂ ଫିଲ୍ମ  Mr.କହ୍ନେୟାର ବିବାଦୀୟ ପୋଷ୍ଟରରେ ନାରୀଙ୍କୁ  ଅସମ୍ମାନ ପ୍ରସଙ୍ଗକୁ ନେଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମହିଳା କମିଶନ ନବନିଯୁକ୍ତ ଅଧ୍ୟକ୍ଷା ମିନତୀ ବେହେରା ପ୍ରତିକ୍ରିୟା ଦେଇଛନ୍ତି । 

 Mr.କହ୍ନେୟା ଫିଲ୍ମର ପୋଷ୍ଟର ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନବନିଯୁକ୍ତ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା କାର୍ଯ୍ୟଭାର ଗ୍ରହଣ କରିବା ପରେ ଆଜି ଏହି ବିବାଦୀୟ ପୋଷ୍ଟରରେ ନାରୀଙ୍କୁ  ଅସମ୍ମାନ ହୋଇଥିବାରୁ ତୀବ୍ର ନିନ୍ଦା କହିଛନ୍ତି । ଏଥିପ୍ରତି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । 

 Mr.କହ୍ନେୟା  ଫିଲ୍ମର ପୋଷ୍ଟରରେ ଓଡ଼ିଆ ସିନେ ଜଗତର ହାସ୍ୟ ଅଭିନେତା ପପୁ ପମପମ କିଛି ନାରୀଙ୍କୁ ରସି ବାନ୍ଧି ଲଗାମ ଧରିବା ଭଳି ଫଟୋ ରହିଛି । ତାହା ମହିଳାଙ୍କ ପ୍ରତି ଅସମ୍ମାନ କରାଯାଇଥିବା ବିଭିନ୍ନ ମହଲରୁ ମଧ୍ୟ ଅଭିଯୋଗ ଆସିଛି ।

ସୂଚନାଯୋଗ୍ୟ ଯେ,  Mr.କହ୍ନେୟା ବିବାଦୀୟ ପୋଷ୍ଟରକୁ ନେଇ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ପ୍ରଡକ୍ସନ ହାଉସ ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କୁ ନୋଟିସ ଜାରି କରାଯାଇଥିଲା । 

  • Tags:

Subscribe

National International State Sports Entertainment