ଚାଲାଣ କାଟିବା ନେଇ ବିବେକ ଓବେରାୟ ଦେଲେ ପ୍ରତିକ୍ରିୟା, ମୁମ୍ବାଇ ପୋଲିସ ସଂପର୍କରେ ଏମିତି କହିଲେ
Khabar Odisha:Entertainment--Vivek-Oberoi-epic-reaction-to-Mumbai-police-issuing-challan-for-riding-bike-without-helmet-mask

ନୂଆଦିଲ୍ଲୀ, ଫେବୃଆରୀ ୨୧ (ଖବର ଓଡ଼ିଶା): ବଲିଉଡ ଅଭିନେତା ବିବେକ ଓବେରାୟ ବିନା ହେଲମେଟ ଓ ମାସ୍କ ପିନ୍ଧି ବାଇକ ଚଳାଇବା ଦ୍ୱାରା ଲଗାଯାଉଥିବା ଜରିମାନା ନେଇ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କୁ ମୁମ୍ବାଇ ପୋଲିସ  ୫୦୦ ଟଙ୍କା ଜରିମାନା ଲଗାଇଥିଲା । ଅଭିନେତା ଗତ ଭାଲେଣ୍ଟାଇନ ଦିନରେ ନିଜର ନୂଆ ହର୍ଲେ ଡେଭିଡସନ ବାଇକରେ ପତ୍ନୀ ପ୍ରିୟଙ୍କାଙ୍କ ସହିତ ବୁଲୁଥିବା ସମୟରେ ପୋଲିସ ହାବୁଡ଼ରେ ପଡ଼ିଥିଲେ । 

ନିଜର ଭୁଲକୁ ସ୍ୱୀକାର କରି ବିବେକ ଓବରାୟ ମୁମ୍ବାଇ ପୋଲିସକୁ ଟୁଇଟ କରି କହିଛନ୍ତି, ଭଲ ପାଇବା ଆମକୁ ଏକ ଭିନ୍ନ ମୋଡ଼କୁ ନେଇଆସିଥିଲା । ନୂଆ ବାଇକରେ ମୁଁ ଓ ମୋର ପତ୍ନୀ ବାହାରିଥିଲୁ । ବିନା ହେଲମେଟରେ ବାଇକ ଚଳାଇବେ? ମୁମ୍ବାଇ ପୋଲିସ ଧରିବ! ମୁମ୍ବାଇ ପୋଲିସକୁ ଶୁଭେଚ୍ଛା ଜଣାଉଛି । ପୋଲିସ ଆମକୁ ମନେ ପକାଇ ଦେଇଛି ଯେ, ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ସୁରକ୍ଷିତ ରୁହନ୍ତୁ ଓ ହେଲମେଟ ଏବଂ ମାସ୍କ ପିନ୍ଧନ୍ତୁ । 

ଏହି ମାମଲାରେ ମୁମ୍ବାଇ ପୋଲିସ ବିବେକଙ୍କ ଉପରେ ଆଇପିସିର ଧାରା ୧୮୮, ୨୬୯, ମୋଟର ଯାନ ଆଇନ ଧାରା ୧୨୯, ୧୭୭ ଓ ମହାମାରୀ ଆଇନ ଆଧାରରେ ଜୁହୁ ପୋଲିସ ମାମଲା ରୁଜୁ କରିଥିଲା । 

 

  • Tags:

Subscribe

National International State Sports Entertainment